DIstrictEducationNationNawarangpurOdishaPolitics

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ସମ୍ବିଧାନ ହତ୍ୟା ଦିବସ ପାଳନ

ନବରଙ୍ଗପୁର:26/6 ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ଏ ଏହି ଅବସରରେ ଛାତ୍ରୀ ଙ୍କ ମଧ୍ୟରେ ସାମ୍ବିଧାନିକ ଜ୍ଞାନ , ଲୋକତନ୍ତ୍ର ମୂଲ୍ୟବୋଧ ଓ ନାଗରିକଙ୍କ ଦାୟିତ୍ଵ ବିଷୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଆରମ୍ଭ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁଙ୍କ ହୁଙ୍କ ଉଦବୋଧନରୁ ହୋଇଥିଲା । ସେ ଛାତ୍ରୀଙ୍କୁ ଏହି ଦିବସର ଐତିହାସିକ ପ୍ରସଙ୍ଗ ବିଷୟରେ ଅବଗତ କରାଇ ଲୋକତନ୍ତ୍ର ଓ ମୂଲ୍ୟବୋଧ ରକ୍ଷା ରେ ସଚେତନ ଓ ଦାୟିତ୍ଵଶୀଳ ନାଗରିକ ହେବାକୁ ପ୍ରୋତ୍ସାହିତ କରିଥିଲେ ।

ମହାବିଦ୍ୟାଳୟର ରାଜନୀତି ତି ବିଜ୍ଞାନ ବିଭାଗର ବରିଷ୍ଠ ଅଧ୍ଯାପ ପକ ଶ୍ରୀ ନୃପେନ୍ଦ୍ର ନାଥ ଖୋସଲାଙ୍କ ତତ୍ତ୍ୱାବଧାନରେ ସଭାଟି ଆୟୋଜନ ହୋଇଥିଲା । ସେ ଏହି ଦିବସର ଗୁରୁତ୍ବ ବିଷୟରେ ଆଲୋଚନା କରି ଗଭୀର ଚିନ୍ତନ ଓ ଦୃଢ ମୂଲ୍ୟବୋଧ କୁ ହୃଦ୍ ବୋଧ କରିବା ପାଇଁ ପ୍ରେରିତ କରିଥିଲେ ଲେ । ଏହି ଅବସରରେ ବକୃତା, ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଛାତ୍ରୀମାନେ ଏହି ସମସ୍ତ ପ୍ରତିଯୋଗିତା ରେ ଉତ୍ସାହପୂର୍ଣ ଭାଗ ନେଇଥିଲେ ଏବଂ ବିଜେତା । ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ । ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀମତୀ ତାଇରା ବେଗମ୍‌, ଅଧ୍ୟାପିକା ଡଃ ଏମ୍ ରୋହିଣୀ ର ରାଣୀ, ଅଧ୍ୟାପକ ଶ୍ରୀ ଲକ୍ଷ୍ମୀକା କ୍ଷ୍ମୀକାନ୍ତ ସୌରା ସମେତ ବ ବହୁ ସଂଖ୍ୟକ ଛାତ୍ରୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ସମସ୍ତେ ଏକତା, ଲୋକତନ୍ତ୍ର ଓ ସମ୍ବିଧା ମ୍ବିଧାନ ମୂଲ୍ୟବୋଧ ରକ୍ଷା ପାଇଁ ପାଇଁ ଶପଥ ନେଇଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button