DistrictEducationNawarangpurOdishaPolitics

ମହିଳା ନିର୍ଯାତନା ବିରୋଧରେ ଛାତ୍ର ବିଜେଡିର ପ୍ରତିବାଦ

ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ନବରଙ୍ଗପୁର / ଉମରକୋଟ, 26/6: ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢ଼ୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ।

ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା ବଢୁଛି। ଗୋପାଳପୁର ଛାତ୍ରୀ ଗଣବଳାତ୍କାର ଘଟଣା ଏକ ଉଦାହରଣ ବୋଲି କହି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥୁରେ ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ଗୋପାଳପୁର ଛାତ୍ରୀ ଗଣବଳାତ୍କାରକୁ ନିନ୍ଦାକରିବା ସହ ଗୋଟିଏ ବର୍ଷରେ ୩୦୫୪ ଜଣ ମହିଳାଙ୍କୁ ବଳାତ୍କାର କରାଯାଇଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଓଡ଼ିଶା ଗସ୍ତରେ ଆସୁଥିବା ଆମେରିକୀୟ ମହିଳାଙ୍କ ପାଇଁ ଆଡଭାଇଜାରି ଜାରି କରିଛି। ଯାତ୍ରା ସମୟରେ ସେମାନଙ୍କ ପ୍ରତି ବଳାତ୍କାର ହେବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛି, ଯାହାକି ଓଡିଶା ପାଇଁ ଅପମାନ ବୋଲି କୁହାଯାଇଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍‌ଦାର ହେବ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button