କୁନ୍ଦୁରା-ଫୁଲଭଟ୍ଟା ରାସ୍ତା ମରଣଯନ୍ତା

କୁନ୍ଦୁରା,୨୫:୦୬: ଆସନା ଏବଂ ଫୁଲଭଟ୍ଟା ପଞ୍ଚାୟତ ସଦରରୁ ବ୍ଳକ୍ ମୁଖ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି। ଖାଲଖମାରେ ବର୍ଷା ପାଣି ଜମି କାଦୁଅରେ ଭର୍ତ୍ତି ହୋଇଛି। ଏହି ବାଟ ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ଯନ୍ତ୍ରଣା ଭୋଗୁଛନ୍ତି। ବିଭିନ୍ନ ସମୟରେ ଏହାର ମରାମତି ଲାଗି ଦାବି କରାଯାଇଛି। ସୁଫଳ ମିଳୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବ୍ଳକ୍ ସଦରଠାରୁ ୩ କିମି ପରେ ମୁଣ୍ଡିଗୁଡ଼ା ଛକ ସେଠାରୁ ପଖନାଗୁଡ଼ା ଛକ ପର୍ଯ୍ୟନ୍ତ ୭ କିମି ରାସ୍ତା ଶୋଚନୀୟ ହୋଇଯାଇଛି। ଏହି ରାସ୍ତାରେ ଆସନା ଓ ଫୁଲଭଟ୍ଟା ପଞ୍ଚାୟତର ୩୦ରୁ ଅଧୁକ ଗାଁର ଲୋକ ନିର୍ଭର କରୁଛନ୍ତି। ପ୍ରତିଦିନ ଶତାଧିକ ଲୋକ ଯାତାୟତ କଲାବେଳେ ସମସ୍ୟା ଭୋଗୁଛନ୍ତି। ଏହି ରାସ୍ତାରେ ଗଲେ କୁନ୍ଦୁରାଠାରୁ ୧୦ କିମି ଦୂରରେ ପଡ଼ିବ ରାମଗିରି-ବାଗଦେରୀ ମୁଖ୍ୟ ରାସ୍ତା । କୁନ୍ଦୁରା, କୁସୁମୀ, ନବରଙ୍ଗପୁର ଆଦି ଅଞ୍ଚଳବାସୀ
ଗୁପ୍ତେଶ୍ୱର ଶୈବପୀଠକୁ ଯତାୟାତ ପାଇଁ ଏହାରି ଉପରେ ନିର୍ଭର କରୁଛନ୍ତି। ନିର୍ମାଣାଧୀନ ଗୁଲୁମି ତାପଜ ବିଦ୍ୟୁତ୍ ପ୍ରକଳ୍ପକୁ ଆବଶ୍ୟକ ଉପକରଣ ପରିବହନ କରୁଥିବା ଭାରୀଯାନ ଏହି ରାସ୍ତାରେ ଯାଉଛି। ଗତବର୍ଷଠାରୁ ରାମଗିରି-ବାଗଦେରୀ ରାସ୍ତା ନିର୍ମାଣ ଚାଲିଛି। ସେଥିପାଇଁ ଆବଶ୍ୟକ ସମସ୍ତ ଜିନିଷ ଭାରୀଯନରେ ବୁହା ହେଉଛି। ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଦିନକୁ ଦିନ ଅତି ଶୋଚନୀୟ ହେବାରେ ଲାଗିଛି ରାସ୍ତା। ଏହି ୭ କିମି ରାସ୍ତାରେ ୨୦ରୁ ଅଧିକ ବଡ଼ ବଡ଼ ଗାତ ହୋଇଛି। ବର୍ଷାଦିନେ ପାଣି
ଜମି କାଦୁଅରେ ଭର୍ଭି ହେଉଛି। ଏହି ବାଟରେ ଗଲାବେଳେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ୨୦୧୮ରେ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ନିର୍ମାଣ କରାଯାଇଛି। ଏଥିଲାଗି ୨ କୋଟି ୮୨ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପରବର୍ତ୍ତୀ ସମୟରେ ୨୦୨୪ରେ କେବଳ ପେଚ ପକାଯାଇଥିଲା । ଯାହାକି ବର୍ଷରେ ଧୋଇହୋଇ ପୂର୍ବ ଭଳି ଅବସ୍ଥାକୁ ଫେରିଯାଇଛି। ନିର୍ମାଣ ପରଠାରୁ ତାହାର ରକ୍ଷଣାବେକ୍ଷଣ ଦାୟିତ୍ଵ ୫ ବର୍ଷ ପର୍ଯ୍ୟନ୍ତ ଠିକା ସଂସ୍କାର। ଅଥଚ ଏଠାରେ ତାହାର ଭଙ୍ଗୁଘନ କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇନ୍ଦ୍ର ବାସ୍କେଙ୍କୁ ପଚାରିବାରୁ କହିଛନ୍ତି, ଏବର୍ଷ ରକ୍ଷଣାବେକ୍ଷଣ ଅବଧୂ ସରିଛି। ରାସ୍ତା ମରାମତି କରାଯିବା ବହୁ ଜରୁରି ଅଛି। ମରାମତି ସହ ଓସାରିଆ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଯାଇଛି। ଅନୁମୋଦନ ପରେ କାମ ଆରମ୍ଭ ହେବ।