
ସୁନାବେଡ଼ା ତା. 25/06 (ଇମିସ) ଉଚ୍ଚଶିକ୍ଷା ବିଭାଗ ଓଡ଼ିଶାର ନିର୍ଦ୍ଦେଶ କ୍ରମେ ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟଠାରେ “ସମ୍ବିଧାନ ହତ୍ୟା ଦିବସ” ପାଳନ କରାଯାଇଛି | ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଉକ୍ତ ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା | ଅଧ୍ୟାପିକା ଶ୍ରୀମତି ବାସନ୍ତି ପଟ୍ଟନାୟକ ସଭାକାର୍ୟ୍ୟ ପରିଚାଳନା କରିବା ସହିତ ଉତ୍କ ଦିବସର ମୁଖ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଥିଲେ |
ରାଜନୀତି ବିଭାଗର ଛାତ୍ରୀ ଶୁଶ୍ରୀ ସାଗରିକା ପ୍ରଧାନ, ନୀକିତା ରାଣୀ ପଟ୍ଟନାୟକ, ରଶ୍ମିତା ସାହୁ, “ମୈଳିକ ଅଧିକାର ଜାତୀୟ ଜରୁରୀ ପରିସ୍ଥିତି”, ଏବଂ 1975 ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ଉପରେ ନିଜ ନିଜ ଶବ୍ଦରେ ପାଠ କରିଥିଲେ |
ରାଜନୀତି ବିଭାଗର ଅଧ୍ୟାପିକା ଶ୍ରୀମତି ସରିତା ପରିଡ଼ା ବିଷୟ ବସ୍ତୁକୁ ସମ୍ପୁର୍ଣ୍ଣ ଭାବରେ ଆଲୋଚନା କରିଥିଲେ | ଅଧ୍ୟାପକ ଶ୍ରୀ ଆଲୋକ କୁମାର ଧାନପତି ମଧ୍ୟ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ | ଅଧ୍ୟାପିକା ଶୁଶ୍ରୀ ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ଦିବସ ଉପଲକ୍ଷେ ଜନତାଙ୍କ ମଧ୍ୟରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ଉପରେ ଜନ ସଚେତନ ସୃଷ୍ଟି କରିବା ପାଇଁ ପ୍ଲାକାର୍ଡ ଧରି ଏକ ଜନ ସଚେତନ ପଦଯାତ୍ରାର ଆୟୋଜନ କରାଯାଇଥିଲା |
ପରବର୍ତ୍ତି ସମୟରେ ଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ଜରୁରୀ କ୍ଷମତାର ଘୋଷଣା, ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ ନା ସାମ୍ବିଧାନିକ ଗଣତନ୍ତ୍ରର ଅବମାନନା ବିଷୟକୁ ନେଇ ଏକ ବକୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା | ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଉପସ୍ଥିତି ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲା |