DIstrictEducationNationNawarangpurOdishaPolitics

ଗଛକଟା ଅନୁମତି ଆବେଦନପତ୍ରରେ ଜାଲିଆତି ଅଭିଯୋଗ ମନମୁଖୀ ଗଛ କାଟିଛନ୍ତି ପ୍ରଧାନଶିକ୍ଷକ!

ବୈପାରୀଗୁଡ଼ା, ୨୫/6: ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାଯତ କାକଲପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚଞ୍ଚକତା କରି ବେଆଇନ ଭାବେ ସ୍କୁଲ ପରିସରରୁ ମୂଲ୍ୟବାନ ଶାଗୁଆନ ଗଛ ସହ ଅନ୍ୟାନ୍ୟ ୫୦ରୁ ଅଧିକ ଗଛ କାଟିଥ‌ିବା ଅଭିଯୋଗ ହୋଇଛି। ଏନେଇ ବନାଞ୍ଚଳ ଅଧିକାରୀଙ୍କୁ ଏବଂ ବିଇଓ ଙ୍କୁ ଲିଖୂତ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଗାଁ ଲୋକଙ୍କ କହିବା ଅନୁଯାୟୀ, କାକଲପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ହେବ । ଏଥ୍‌ନେଇ ଆଇଟିଡିଏ ବିଭଗ ପକ୍ଷରୁ ଟେଣ୍ଡର ହୋଇଛି। କିନ୍ତୁ କାର୍ଯ୍ୟଦେଶ ଦିଆଯାଇନାହିଁ। କାର୍ଯ୍ୟଦେଶ ମିଳିବା ପରେ ଠିକାଦାର କାମ ଆରମ୍ଭକରିବ। ହେଲେ ସ୍କୁଲ ପରିସରରେ ଗଛ

ଥୁବା ଯୋଗୁଁ କାମ ଆରମ୍ଭ ପୂର୍ବରୁ ଆଇଟିଡିଏ ବିଭାଗ ପକ୍ଷରୁ ବନ ବିଭାଗର ଅନୁମତି କ୍ରମେ ଆବଶ୍ୟକ ଅନୁଯାୟୀ ଗଛ କଟା ହୋଇଥାନ୍ତା। କିନ୍ତୁ ନିଜେ ପ୍ରଧାନ ଶିକ୍ଷକ ଆଲୋକ ରଞ୍ଜନ ମହାରଣା ଚଞ୍ଚକତା କରି ଆକାଶିଆ ଓ ଯୁକାଲିପଟାସ ଗଛ କଟାବା ପାଇଁ ଜୟପୁର ଡ଼ିଏଫଓଙ୍କ ନିକଟରେ ଆବେଦନ କରିଥିଲେ। ଯାହାକି ବିଦ୍ୟାଳୟ ପରିସରରେ ଚାଲିଥିବା ଶ୍ରେଣୀ ଗୃହର ଠିକାଦାର ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ପୁରୁଣା କାର୍ଯ୍ୟାଦେଶ ପତ୍ର ସଂଖ୍ୟା ୯୬/୨୦୨୫, କୁ ଦର୍ଶାଇ ଚଞ୍ଚକତା ଗଛ କାଟିବା ପାଇଁ ଅନୁମତି ମାଗିଥିଲେ । ଡିଏଫଓଙ୍କ ନିର୍ଦେଶ କ୍ରମେ ବୈପାରୀଗୁଡା ବନ ବିଭଗ ପକ୍ଷରୁ ଫରେଷ୍ଟର ରଞ୍ଜିତା କୁମାରୀ ନାୟକଙ୍କ ନେତୃତ୍ବରେ ପାଞ୍ଚଟି ନୀଳଗିରି ଗଛ କାଟିବା ପାଇଁ ଗଛ ଚିହ୍ନଟ କରି ଡିଏଫଓଙ୍କୁ ସୂଚନା ଦିଆଗଲା ।
ପରେ ଜୟପୁର ଡିଏଫଓ ଚିଠି ନମ୍ବର ୧୭୧୯ / ୧୦-୦୩-୨୦୨୫ ଅନୁଯାୟୀ, ଆକାଶିଆ ଏବଂ ଯୁଜାଲିପଟାସ ଗଛ କାଟିବା ଅନୁମତି ସିଧାସଳଖ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମିଳିଲା। ସେଥିରେ କେତୋଟି ଗଛ କଟାହେବ, ସେ ଗଛ ସଂଖ୍ୟା ସୂଚିତ ନଥୁଲା I କିନ୍ତୁ ଗଛ କଟା ସମୟରେ ସ୍ଥାନୀୟ ବନ ବିଭଗର ଉପସ୍ଥିତି

ନିହାତି ଆବଶ୍ୟକ ରହିବ ବୋଲି ନିର୍ଦ୍ଦେଶ ଥିଲା। ତେବେ ପ୍ରଧାନ ଶିକ୍ଷକ ସ୍ଥାନୀୟ ବନ ବିଭଗ ରେଞ୍ଜରଙ୍କୁ ନ ଜଣାଇ ନିଜେ ଗଛ କାଟିଛନ୍ତି। ଏନେଇ ସ୍ଥାନୀୟ ରେଞ୍ଜର ସନ୍ଦୀପ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଛନ୍ତି ଗଛ କାଟିବା ସମୟରେ ପ୍ରଧାନ ଶିକ୍ଷକ ସୂଚନା ଦେଇନାହାନ୍ତି। ବିଦ୍ୟାଳୟରେ

ମୋଟ ୪୧ଟି ଗଛ କଟିଛି I ସେଥ୍‌ମଧ୍ୟରୁ ୫ଟି ମୂଲ୍ୟବାନ ଶାଗୁଆନ ଗଛ ସହ ଅନ୍ୟାନ୍ୟ ଗଛ କଟାଯାଇଛି । ପରବର୍ତ୍ତୀ ସମୟରେ ଗାଁ ଲୋକଙ୍କ ଅଭିଯୋଗ ପରେ ସ୍କୁଲ ନିକଟରେ ଥିବା କାଜୁ ବାଗିଚାରୁ ୪୨ ଟି ଶାଗୁଆନ ଗଛ ଗଣ୍ଡି ଜବତ ହୋଇଛି | ଆଉ ଘଟଣାର ତଦନ୍ତ ଚାଲିଛି। ଏହି ଘଟଣାକୁ ନେଇ ବିଇଓ ସକାନ୍ତ କର୍ରାମୀଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟ ପରିସରରୁ ବେଆଇନ ଗଛ କାଟିବା, ତାହା ପୁଣି ୫ଟି ମୂଲ୍ୟବାନ ଶାଗୁଆନ ଗଛ କାଟିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭଗ ଏବଂ ଶିକ୍ଷା ବିଭଗ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button