DistrictEducationNationNawarangpurOdishaPolitics

ପୂର୍ବତନ ଜିଲ୍ଲାପାଳଙ୍କୁ ଶ୍ରଦ୍ଧାଞ୍ଜଳି

ନବରଙ୍ଗପୁର,ତା :୨5।୬ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଧୀରେନ୍ଦ୍ର କୁମାର ପୂଜାରୀଙ୍କ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକସଭା ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ଓଡିଶା ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସ୍ମୃତି ସଂସଦ କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ, ଦେବୋତ୍ତର କମିଟି ସଭାପତି ଝାଡ଼େଶ୍ଵର ଖାଡ଼ଙ୍ଗା, ରାଜ୍ୟ ବାର କମିଟି ଉପସଭାପତି ନରସିଂହ ତ୍ରିପାଠୀ, ସମାଜସେବୀ ଜଗନ୍ନାଥ ମହାପାତ୍ର, ଜଗନ୍ନାଥ ଚୌଧୁରୀ, ସରୋଜ ପାତ୍ର, ତହସିଲଦାର କୈଳାସ ତ୍ରିପାଠୀ, ଥାନା ଅଧିକାରୀ ସମ୍ବିତ ବେହେରା ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରିବାସହ ସ୍ମୃତି ଚାରଣ କରିଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button