DistrictEducationNationNawarangpurOdishaPolitics

ବେହେଡ଼ାରେ ଯୁକ୍ତ ଦୁଇ କଳା ଅତିଥୁ ଅଧ୍ୟାପକମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ

ଉମରକୋଟ, ୨୫ / ୬ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ସଞ୍ଜୟ କୁମାର ସାମଲ ଏବଂ ବେହେଡ଼ା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଷ୍ଣୁପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ କଳା ନବ ନି ଯୁକ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଏକ ସୁନ୍ଦର ଭବ୍ୟ ସ୍ବାଗତ ସମ୍ବଦ୍ଧନା କରାଯାଇଥିଲା।


ଛାତ୍ରଛାତ୍ରୀ ଆୟୋଜିତ କାର୍ଯ୍ୟ କ୍ର ମ ରେ ଅଧ୍ୟୟନ କରୁଥିବା ଛାତ୍ର ମାନଙ୍କର ଭାଗ୍ୟ ଭ ବି ଷ୍ୟତ ଗଠନରେ କିପରି ନିଜକୁ ସହାୟକ ହେବେ ଓ ଶିକ୍ଷl ଶିକ୍ଷାଦାନ ପ୍ରଣାଳୀ କୁ ସରସ ସୁନ୍ଦର କରି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବେ ସେ ଦିଗରେ ନିଜର ସୁଚିନ୍ତିତ ମତାମତ ରଖି ଥି ଲେ । ପାଠ୍ୟ ବିଷୟ ଅନୁଯାଇ ଇଂରାଜୀ ବିଷୟରେ ମାଷ୍ଟର ଚିନ୍ମୟ ମାନିଆ (ଉମରକୋଟ ), ଓଡ଼ିଆ ରେ ଶ୍ରୀମତୀ ପ୍ରେମଶୀଳା ହରିଜନ (ଗୋନା ), ଅର୍ଥଶାସ୍ତ୍ର ବିଷୟରେ ଶ୍ରୀମତୀ ସସ୍ମିତା ସାହୁ (ଉମରକୋଟ ), ରାଜନୈତିକ ବିଜ୍ଞାନ ରେ ସୁଶ୍ରୀ ଶାନ୍ତ ଲତା ସରକାର ( କାରାଗାଁ), ଭାରତୀୟ ଇତିହାସ ବିଷୟରେ ମାଷ୍ଟର ମିନିକେତନ ନାଏକ ଓ ସାମାଜିକ ବିଜ୍ଞାନରେ ସୁଶ୍ରୀ ରିୟା ଢ଼ାଳି (ଅଂଚଳା ୟୁ. ଭି ନମ୍ବର ୨୩) ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଥି ଲେ । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ଶିକ୍ଷକ ଶୈଖ ନାସି ରୁ ଦିନ, ବୈ କୁ ଣ୍ଠନାଥ ସେନାପତି, ପଦ୍ମାବତୀ ପରଜା, ଲିଜା ଗୁଇଁ, ନିବେଦିତା ସ୍ବାଇଁ, ସବିତା ଭତ୍ରା, ନିବେଦିତା ସ୍ବାଇଁ ( ପି. ଇ. ଟି ),ସଂଗୀତା ବିଶ୍ଵାସ, ପ୍ରଦୀପ କୁମାର ସାମଲ, ମିହିର କୁମାର ଦାସ, ବିରଂଚି ସୁନାନୀ, ଦେବାଂଶୁ ଶେଖର ଜେନା, ପ୍ରଭୁ ଭକ୍ତ ଅରବିନ୍ଦ ଲେଙ୍କା ସମେତ ବିଦ୍ୟାଳୟ ସଭାପତି ସରୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ପରିଶେଷରେ ବିରଂଚି ସୁନାନୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button