କୋଦଳା ହାଟତୋଟା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୨ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

କୋଦଳା,୨୪/୬ : ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ହାଟତୋଟା ଠାରେ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଗୁରୁତର ହୋଇଥିବା ସୂଚନା ମିଳିଛି। ୨ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି I ଆଜି ମଧ୍ୟାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ବେଳେ ଏହି ରାସ୍ତା ଦେଇ ପୁରୁଷୋତ୍ତମପୁର ଏସଡିପିଓ ଦୀପକ ମିଶ୍ର ଯାଉଥିଲେ ଏବଂ ଦୁର୍ଘଟଣା ସ୍ଥଳରୁ ଉଭୟ ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ ଭାଟକୁମୁଡା ଗ୍ରାମର ସନ୍ୟାସୀ ଭୂୟାଁ ନାମକ ବ୍ୟକ୍ତି ନିଜର ପଲର୍ସ ବାଇକ୍ ଯୋଗେ ଗୁଡିଆଳି ଗ୍ରାମରୁ ଭୋଜି ଖାଇ ଫେରୁଥିବା ବେଳେ ଅପର ପଟୁ ପୁସ୍ତପୁର ଗ୍ରାମର ଶତ୍ରୁଜିତ ଘୋଷ ନାମକ ଜଣେ
ତାରାତାରିଣୀ ମନ୍ଦିରରୁ ୟୁନିକନ୍ ବାଇକ୍ ଯୋଗେ ଫେରୁଥ୍ ରୁଥିଲେ I ଦ୍ରୁତ ଗତିରେ ଆସୁଥିବା ବେଳେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା I ଉଭୟଙ୍କୁ ଗୋଡ ଓ ହାତରେ ଶକ୍ତ ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ଉଭୟ ବ୍ୟକ୍ତି ଙ୍କ ପରି ବାର ଲୋକେ ମେଡ଼ିକାଲରେ ପହଞ୍ଚ୍ ୧୦୮ ଆମ୍ବୁଲାନ୍ସ ମାଧ୍ଯମରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଇଥିବା ସୂଚନା ମିଳିଛି । ଉଭୟ ମୋଟରସାଇକେଲ କୁ ସ୍ଥାନୀୟ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।