DIstrictNationNawarangpurOdishaPolitics

ୱାର୍ଡସଭ୍ୟଙ୍କୁ ସରପଞ୍ଚ ଦାୟିତ୍ବ

ତେନ୍ତୁଳିଖୁଣ୍ଟି :ତା24/6 ଗତ ମେ ମାସ ୮ ତାରିଖରେ ମଞ୍ଚାଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସଦା ସାନ୍ତାଙ୍କ ଅକାଳ ବିୟୋଗରେ ସରପଞ୍ଚ ପଦବୀ ଖାଲି ପଡିଥିଲା । ଏଥିପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ପଞ୍ଚାୟତର ନାୟବ ସରପଞ୍ଚ ତେଜସ୍ବିନୀ ଅଦୁ ଇସ୍ତପା ଦେଇ ସରକାରୀ ଚାକିରି କରିଥିଲେ। ତେଣୁ ଏହି ପଞ୍ଚାୟତରେ ଉଭୟ ପଦବୀ ଖାଲି ପଡିଥିଲା। ଓଡିଶା

ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୨୧(୪) ପ୍ରକାରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ମେ ମାସ ୨୯ ତାରିଖରେ ମଞ୍ଚାଗାଁର ୱାର୍ଡ ସଭ୍ୟ ୧୫ ଜଣଙ୍କ ସଂଖ୍ୟା ଗରିଷ୍ଠତା ପ୍ରକାରେ ୫ ନମ୍ବର ୱାର୍ଡସଭ୍ୟ ତ୍ରିପତି ମହାନ୍ତିଙ୍କୁ ସରପଞ୍ଚ ଭାବେ ମନୋନୀତ କରିଥିଲେ। ସରପଞ୍ଚଙ୍କ ସମସ୍ତ କ୍ଷମତା ଓ କର୍ଭବ୍ୟ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ପ୍ରକାରେ ଶ୍ରୀ ମହାନ୍ତି ବିବଦ୍ଧ ଭାବରେ

ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ସଭ୍ୟସଭ୍ୟାଙ୍କ ସହ ବୈଠକରେ ସଭାପତିତ୍ୱ କରିଥିଲେ। ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦିଗରେ ଆଲୋଚନା କରି ଆନୁସଙ୍ଗିକ ପଦକ୍ଷେପ ଅନୁମୋଦନ କରିଥିଲେ। ଦୀର୍ଘଦିନ ଧରି ପଞ୍ଚାୟତର ସରପଞ୍ଚ ପଦବୀ ପୂରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ନୂତନ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ପଞ୍ଚାୟତବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button