
ଭୁବନେଶ୍ୱର, 24/6: ଧୈର୍ଯ୍ୟ, ସାହସ ଏବଂ ଉପଯୁକ୍ତ ମାର୍ଗଦର୍ଶନ ଦ୍ବାରା ନିଶା ନିବାରଣ ସମ୍ଭବ ହୋଇପାରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଜୁନ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ନିଶା । ନିବାରଣ ସଂପର୍କିତ ସଚେତନତା । ଅଭିଯାନରେ ଉଦ୍ବୋଧନ ଦେଇ | ରାଜ୍ୟପାଳ ଏହା କହିଛନ୍ତି । ନିଜ ଉଦ୍ବୋଧନରେ ରାଜ୍ୟପାଳ କହିଥିଲେ ଯେ ନିଶା ନିବାରଣ ଏକ ଶୀଘ୍ର ସମାଧାନର ପ୍ରସଙ୍ଗ ନୁହେଁ। ନିଶା ନିବାରଣ ପାଇଁ ସମୟ, ସାହସ, ପରି ବାରର ଭୂ ମି କା, ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭରୁ ହସ୍ତକ୍ଷେପ ରହିଲେ ଲୋକମାନେ ନିଶାଠୁ ଦୂରେଇ ନିଜ ଜୀବନକୁ ପୁନଃ ନିର୍ମାଣ କରିପାରିବେ । ନିଶା ନିବାରଣ ସମସ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଚିନ୍ତା । ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ଏହା କେବଳ ବ୍ୟକ୍ତିଙ୍କୁ ନୁହେଁ ବରଂ । ସେମାନଙ୍କ ପରିବାର ଏବଂ ସମାଜକୁ ପ୍ରଭାବିତ କରେ I ନିଶା ସ୍ଵାସ୍ଥ୍ୟକୁ କ୍ଷତି ପହଂଚାଏ, ସମ୍ପର୍କ ଭାଙ୍ଗେ ଏବଂ ସାମାଜିକ ଓ ଆଇନଗତ ସମସ୍ୟା ସୃଷ୍ଟି
ଧୈର୍ଯ୍ୟ, ସାହସ ଏବଂ ମାର୍ଗଦର୍ଶନ ଦ୍ବାରା ନିଶା ନିବାରଣ ସମ୍ଭବ ହୋଇ ପାରିବ
ତଥାପି ସଠିକ ସାହାଯ୍ୟ ଏବଂ ଚିକିତ୍ସା ଦ୍ବାରା ଆରୋଗ୍ୟ ସମ୍ଭବ ଚିକିତ୍ସା ରାଜ୍ୟପାଳ ପୁଣି କହିଛନ୍ତି ଯେ ଚାପ, ସାଙ୍ଗସାଥଙ୍କ ଚାପ, ମାନସିକ ସ୍ଵାସ୍ଥ୍ୟଗତ ସମସ୍ୟା କିମ୍ବା କୌତୁହଳ ଯୋଗୁଁ ଲୋକମାନେ ନିଶାଗ୍ରସ୍ତ ହୋଇ | ନାହିଁ। ନିଶାଦ୍ରବ୍ୟ ଅପବ୍ୟବହାରର ସମୟକ୍ରମେ ନିଶା ଉପରେ ନିର୍ଭରଶୀଳ ହୋଇଯାଆନ୍ତି ଏବଂ ନିଶା ଛାଡ଼ି ପାରନ୍ତି
,କାଲରେ ଯୁବପିଢ଼ିଙ୍କୁ ଫସିବାରୁ ରୋକିବା ପାଇଁ ପରିବାରର ଦୃଢ଼ – ସମର୍ଥନ, ବ୍ୟାପକ ଗୋଷ୍ଠୀ ସଚେତନତା ଏବଂ ପ୍ରାରମ୍ଭିକ ହସ୍ତକ୍ଷେପର ଗୁରୁତ୍ଵ | ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଆଇଜି, ଏସଟିଏ‘ ପିନାକ ମିଶ୍ର ନିଜ ବକ୍ତବ୍ୟରେ ବନ୍ଧିତ ନିଶା ସମସ୍ୟା, ଏହାକୁ ହ୍ରାସ କରାଯିବା ନିମନ୍ତେ |
ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରୟାସ ଏବଂ ଏହାର ସମାଧାନର ଉପାୟ ଉପରେ ଆଲୋକପାତ କରିଥିଲେ। ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଚଂ ବିନୟତୋଷ ମିଶ୍ର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଓ ରାଜଭବନର ଅଧିକାରୀ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।