DistrictNawarangpurOdishaPolitics

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର ଶିବିରରେ ତାଲିମ ନେଉଥୁବା ପ୍ରଶିକ୍ଷାର୍ଥୀ।

ଡାବୁଗାଁ, 24/6 ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ସମ୍ମିଳନୀ ପଞ୍ଚାୟତ ଅଗ୍ରଗତି କକ୍ଷରେ ୨ ଦିନିଆ ପଞ୍ଚାଯ ତଥ୍ଯ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦାରିଦ୍ର୍ୟମୁକ୍ତ, ସୁସ୍ଥ, ଶିଶୁ ଅନୁକୂଳ, ପର୍ଯ୍ୟାପ୍ତ ଜଳ, ସାମାଜିକ ସୁରକ୍ଷା, ସୁଶାସନ ଭିଭିକ ମହିଳା ଅନୁକୂଳ ପଞ୍ଚାୟତ ଉପରେ ବିଭିନ୍ନ ତଥ୍ୟ ନେଇ ତାଲିମ ଦିଆଯାଇଥିଲା। ମ୍ବଶିକ୍ଷକ ଭାବେ ବିଡିଓ ଶରତ ମାଝି, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସିପି ପ୍ରବୀଣ ପଟ୍ଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି. ପ୍ରସାଦ ଓ ପେସା ସଂଯୋଜକ ଶୁଭଶ୍ରୀ ମହାକୁଡ଼ ପ୍ରମୁଖ ତାଲିମ ଦେଇଥିଲେ। ଏଥିରେ ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ସାଇରା ବାନୁ, ରୋଜାଲିନ ପ୍ରଧାନ ଓ କୁନ୍‌ମୁନ୍ ସେନାପତି, ପଞ୍ଚାୟତ ନିର୍ବାହୀ ଅଧୂକାରୀ ଦିବ୍ୟଶଙ୍କର ପୂଜାରୀ, କାମି କାମିନୀ ହରିଜନ, ନରେଶ ଜାଲ, ସରପଞ୍ଚ, ସରପଞ୍ଚ, ପଶୁଧନ ନିରୀକ୍ଷକ, ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ। ମୋଟ ୭୨ ଜଣ ତାଲିମ ନେଇଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button