DIstrictNationNawarangpurOdishaPolitics

ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା ଦାବି: ପ୍ରଧାନମନ୍ତ୍ରୀଙ୍କ ଭଦ୍ଦେଶ୍ୟରେ ଏମପିଙ୍କୁ ଦାବିପତ୍ର

ନବରଙ୍ଗପୁର, 24/6 ଭାରତୀୟ ମଜଦୂର ସଂଘ ସଂଲଗ୍ନ ଜିଲା ଅଙ୍ଗନୱାଡି ଲେଡିଜ୍‌ ୱାର୍କର ଆସୋସିଏସନ୍ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସୋମବାର ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝିଙ୍କୁ ସ୍ଥାନୀୟ ସର୍କିଟ ହାଉସ୍‌ରେ ଭେଟିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମନ୍ବିତ ଶିଶୁ ବିକାଶ ଯୋଜନା ୫୦ ବର୍ଷ ପୂରଣ କରିବାକୁ ଯାଉଛି ସମସ୍ତ କର୍ମୀ ଏବଂ ସ‌ହାୟକମାନେ ନିଷ୍ଠାର ସହିତ ସେମାନଙ୍କର କର୍ତ୍ତବ୍ୟ କରୁଛନ୍ତି। ପୋଲିଓ, ମାତୃ ଏବଂ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। କରୋନା ଭଳି ମହାମାରୀରେ ସେବା ଯୋଗାଇଥିଲେ। ଭୋଟ ବେଳେ ଉତ୍ସହର ସହ କାମ କରିଥିଲେ । ଯାହାର ଫଳସ୍ବରୂପ ଭୋଟଦାନ ପ୍ରତିଶତ ବୃଦ୍ଧି ପାଇଥିଲା। ତେବେ ୫୦ ବର୍ଷର ଦୀର୍ଘ ଯାତ୍ରା ପରେ ମଧ୍ୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କେବଳ ଏକ ଯୋଜନା ହୋଇ ରହିଛି। ୨୦୧୮ରୁ ଏବେ ପର୍ଯ୍ୟନ୍ତ କେହି ଆମର ଯତ୍ନ ନେଇନାହାନ୍ତି ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଏଥିସହ ୨୦୨୫-୨୬ ବର୍ଷର ବଜେଟରେ ମଧ୍ୟ କର୍ମୀ ଏବଂ ସହାୟିକାଙ୍କ ପ୍ରତି କୌଣସି ଧ୍ୟାନ ଦିଆଯାଇ ନାହିଁ। ଫଳରେ ଅଖଳ ଭାରତୀୟ ଅଙ୍ଗନୱାଡି କର୍ମଚାରୀ ମହାସଂଘ ନିରାଶ ହୋଇଛି ବୋଲି କୁହଯୋଇଛି। ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା, ସେ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ସର୍ବନିମ୍ନ ଦରମା ୨୫ ହଜାର ଟଙ୍କା ଓ ସହାୟକଙ୍କ ପାଇଁ ୧୩ ହଜାର ଟଙ୍କା ଲାଗୁ ନେଇ ଦାବି ହୋଇଛି।


ଅବସର ପରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ଯଥାକ୍ରମେ ୧୦ ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ଏକକାଳୀନ ପ୍ରଦାନ, ପ୍ରତି ମାସରେ କର୍ମୀଙ୍କୁ ୫ ହଜାର ଟଙ୍କା ଓ ସହାୟକଙ୍କୁ ୩ ହଜାର ଟଙ୍କା ପେନସନ ଦାବି କରାଯାଇଛି। ନୂତନ ଶିକ୍ଷା ନୀତି (ପୁଷ୍ଟି ଏବଂ ଶିକ୍ଷା) ଅଧୀନରେ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଶିକ୍ଷକ ମାନ୍ୟତା ଦିଆଯିବା ଉଚିତ୍ ବୋଲି ଦାବି କରାଯାଇଛି । ଏଥିସହ ଶିକ୍ଷକଙ୍କ ପରି ସମସ୍ତ ସୁବିଧା, ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥ‌ିବା ପିଲାଙ୍କ ପାଇଁ ଗ୍ରୀଷ୍ମ ଓ ଶୀତକାଳୀନ ଛୁଟି ମଞ୍ଜୁର କରାଯିବାକୁ ଦାବି ହୋଇଛି ଅଙ୍ଗନୱାଡି କର୍ମୀଙ୍କୁ ତୁରନ୍ତ ୫୦ ପ୍ରତିଶତ ପଦୋନ୍ନତି, ପିଏଫ୍, ଗ୍ରାବ୍ଲ୍ୟୁଇଟି, ବୋନସ୍, ବରିଷ୍ଠତା ଆଧାରରେ ଆତ୍ମନିର୍ଭରଶୀଳଙ୍କ ପାଇଁ ଚିକିତ୍ସା ସୁବିଧା, ବୟସ ସୀମାର ବାଧ୍ୟତାମୂଳକତା ଉଚ୍ଛେଦ ଓ ବିଭାଗୀୟ ମୋବାଇଲର ସିମ୍ କାର୍ଡରେ ୩,୯୯୯/- ଟଙ୍କାର ଏକ ବର୍ଷର ରିଚାର୍ଜ ଓ ସହାୟକମାନଙ୍କ ପାଇଁ ଏକ ଡ୍ରେସ୍ କୋଡ୍ ଲାଗୁ କରିବା ନେଇ ଦାବି ହୋଇଛି। ଦାବିଗୁଡ଼ିକ କିଭଳି ପାର୍ଲିଆମେଣ୍ଟରେ ଉପସ୍ଥାପନ ହେବ ସେ ନେଇ ଏମ୍‌ପି ମାଝିଙ୍କୁ କର୍ମୀମାନେ ଅନୁରୋଧ କରିଛନ୍ତି। ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏମ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୂର ସଂଘ ସଭାପତି ବାଙ୍କବିହାରୀ ବିଷୋୟୀ, ଉପଦେଷ୍ଟା ପରମେଶ୍ଵର ବିଷୋୟୀ, ଅଙ୍ଗନୱାଡି ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ, କୋଷାଧ୍ଯକ୍ଷ ମମତା ବ୍ରହ୍ମା, ଜିଲା ଓ ବ୍ଲକସ୍ତରୀୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button