BusinessDistrictEducationNawarangpurOdishaPolitics

ଟୁରୀ ନଦୀର ନୂତନ ପୋଲ ଉପରେ ପରୀକ୍ଷା ଭାବେ ଯାନ ବାହାନ ଚଳା ଚଳ ଆରମ୍ଭ

ପାପଡାହାଣ୍ଡି; 24/6 ପାପଡାହାଣ୍ଡି ରୁ ଉମରକୋଟକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଟୁରୀ ନ‌ଦୀର ନୂତନ ପୋଲ ଉପରେ ଆଜି ପରୀକ୍ଷା ମୂଳକ ଭାବେ ଯାନ ବାହାନ ଚଳା ଚଳ ଆରମ୍ଭ ହୋଇଛି। ଗତ ଦେଢ଼ ବର୍ଷ ମଧ୍ୟରେ ଏହି ପୋଲ ନିର୍ମାଣ କାମ ଆରମ୍ଭହୋଇଥିଲା। ପୁରୁଣା ପୋଲକୁ ଭାଙ୍ଗି ୭କୋଟି ୩୬ଲକ୍ଷ ଟଙ୍କାରେ ପୋଲ କାମ ପାଇଁ ଟେଣ୍ଡର ହୋଇ ହାଇଲେବୁଲ ପୋଲ ନିର୍ମାଣ ଲାଗି ଆକଳନ ହୋଇଥିଲା। ଆଜି ପୋଲ ନିର୍ମାଣ କାମ ସାରିବା ଓ ବର୍ଷାକୁ ଦୃଷ୍ଟିରେ ରଖ୍ ପରୀକ୍ଷା ମୂଳକ ଭାବେ ଯାନ ବାହାନ ଚଳା ଚଳ କରାଯାଇଥିଲା। ସ୍ବାଭାବିକ ଭାବେ ଗାଡି ଚାଲିଥିଲା। ଅସ୍ଥାୟୀ ପୋଲ ଉପରେ ଅଧୂକ ବର୍ଷା ହେଲେ ପାଣି ଚାଲି ଆସୁଥିବା ବେଳେ, ନୂତନ ପୋଲ ହେବା ପରେ ଆଉ ଅସୁବିଧା ହେବ ନାହିଁ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button