
ରାୟଗଢ଼ା:24/6 ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସିଡିପିଓ ସୁଶିଲା ଶବର ଓ କିରାଣି ରାମ ଚନ୍ଦ୍ର ପାତ୍ର ସୋମବାର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେମାନଙ୍କୁ ସେ କୁମ୍ଭାରଧାମୁଣୀ ଥେରୁବାଲି ରାସ୍ତାରେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରାଯାଇଥିବା ଜଣାପଡିଛି ।
ସୂଚନା ମୁତାବକ, ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲା ପଞ୍ଚାୟତର ପୁଟେଶି ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଲାଲୁ ସିକକା ନିଜ ସ୍ତ୍ରୀଙ୍କ ଅଙ୍ଗନଓ୍ୱାଡ଼ି ଚାକିରୀ କରେଇ ଦେବା ନେଇ ଏକ ଲକ୍ଷ କୋଡିଏ ହଜାର ଟଙ୍କାରେ ମୂଲଚାଲ ହୋଇଥିଲା। ଲାଲୁ ସିକକା ଅଗ୍ରୀମ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମରେ ସିଡିପିଓଙ୍କୁ ଦେଇଥିଲେ। ସୋମବର ୮୦ ହଜାର ଟଙ୍କା ଦେଉଥିବା ସମୟରେ ରାୟଗଡ଼ା ଭିଜିଲାନ୍ସ ଟିମ୍ କୁମ୍ଭାରଧାମୁଣୀ ଓ ଥେରୁବାଲି ରାସ୍ତାରେ ଅପେକ୍ଷା କରି ବସିଥିଲେ । ଠିକ ଠିକ୍ ସେହି ସମୟରେ ସିଡିପିଓ ବିଷମ କଟକ ଠାରୁ ଫେରି ନିଜ ବାସସ୍ଥାନ ରାୟଗଡ଼ା ଯିବା ସମୟରେ ରାୟଗଡ଼ା ଭିଜିଲାନ୍ସ ଟିମ୍ ସିଡିପିଓ ସୁଶୀଳା ଶବର ଓ ବରିଷ୍ଠ କିରାଣି ରାମ ରାମ ଚନ୍ଦ୍ର ପାତ୍ରଙ୍କୁ ଗିରଫ କରିଥିଲା। ଏହି ଧରପଗଡ ବେଳେ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା, ସଞ୍ଜୟ ପ୍ରଧାନ, ଏଏସଆଇ ଲୋକନାଥ ଦୋରା ପ୍ରମୁଖ ନିୟୋ ନିୟୋଜିତ ଥିଲେ । ସିଢ଼ିପିଓ ଶ୍ରୀମତି ଶବର ଓ ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କୁ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉ ଚାଲିଥିବା ଭିଜିଲାନ୍ସ ଅଧିକାରୀ ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି ।