EducationEntertainmentMalkangiriNationOdishaPolitics

ଡା.ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ମାଲକାନଗିରି,ତା:୨୩/୬ ଆଜି ମାଲକାନଗିରି ସଦରମହକୁମା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଡା.ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ୭୩ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କେଶବ ଚନ୍ଦ୍ର ନାୟକ, ସମ୍ମାନିତ ବକ୍ତା ଭାବେ ମାଣିକ ଲାଲ ଚାକ୍ରବର୍ତ୍ତୀ, ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାଟ, ପୂର୍ବତନ ମଣ୍ଡଳ ସଭାପତି ବାଲାଜୀ ପଡାଲ, ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦୁଲି ମାଢି ପ୍ରମୁଖ ମଞ୍ଚାସୀନ ଥିଲେ।
ମୁଖ୍ୟ ବକ୍ତା କେଶବ ଚନ୍ଦ୍ର ନାୟକ କହିଲେ ଯେ ଗାଁ. ପ୍ରସାଦ ମୁଖାର୍ଜୀ ସଦାସର୍ବଦା ଅଖଣ୍ଡ ଭାରତର ପକ୍ଷଧାର ଥିଲେ। ସେ ଖଣ୍ଡିତ ଭାରତକୁ ବିରୋଧ କରୁଥିଲେ । ଏଣୁ ତାଙ୍କର ଜାତୀୟ କଂଗ୍ରେସ ଦଳର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହ ମତପାର୍ଥକ୍ୟ କରି ଆସୁଥିଲା ଏବଂ ସେ କଂଗ୍ରେସ ଦଳର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତିତ ୩୭୦ ଧାରାକୁ ବିରୋଧ କରି ଆନ୍ଦୋଳନ ଜାରୀ ରଖିଲେ। ଜାମ୍ମୁ ଏବଂ କାଶ୍ମୀର ଭାରତର ଅଭିଛେଦ୍ଯ ଅଙ୍ଗ। ଗୋଟିଏ ଦେଶରେ ଦୁଇଟା ପ୍ରଧାନମନ୍ତ୍ରୀ, ଦୁଇଟା ଜାତୀୟ ପତାକା ଏବଂ ଜାମ୍ମୁ ଏବଂ କାଶ୍ମୀରକୁ ଯିବା ପାଇଁ ଭିସାର ଆବଶ୍ୟକତା ଘୋର ବିରୋଧ କରୁଥିଲେ। ଜାମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ସେ ଅହରହ ସଂଗ୍ରାମ କରି ଆସୁଥିଲେ । ଏଥି ପାଇଁ ସେ ୧୯୫୩ ମସିହାରେ ମଇ ୧୧ ତାରିଖରେ ଜାମ୍ମୁ କାଶ୍ମୀରରେ ପହଞ୍ଚି ଥିଲେ।


ମାତ୍ର ତାଙ୍କୁ ଗିରଫ କରାଯାଇ ଶ୍ରୀନଗରର କେନ୍ଦ୍ରୀୟ ଜେଲ୍ ବନ୍ଦୀ କରା ଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଶ୍ରୀନଗର ସହରର କିଛି ଦୂରରେ ଏକ ଘରେ ନଜର ବନ୍ଦୀରେ ରଖା ଯାଇଥିଲା। ଜୁନ୍ ୨୦ ତାରିଖ
ତାଙ୍କ ସ୍ବାସ୍ଥ୍ୟ ଖରାପ ହେଲା। ୨୨ ତାରିଖ ଦିନ ଡାକ୍ତର ଏବଂ ନର୍ସିଂ ଭୁଲ୍ ଇଞ୍ଜେକ୍ସନ ଦେବା ଫଳରେ ତାଙ୍କ ସ୍ବାସ୍ଥ୍ୟ ଅତ୍ୟଧିକ ଖରାପ ହେଲା। ଶେଷରେ ୨୩ ଜୁନ୍ ବ୍ରହ୍ମ ମୁହୂର୍ତ୍ତ ଡାକ୍ତର ଶ୍ବାମାପ୍ରସାଦ ମୁଖାର୍ଜୀଙ୍କ ହୃଦ୍ ଗାତରେ ମୃତ୍ୟୁ ବୋଲି ଘୋଷଣା କରା ଗଲା। ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ତାଙ୍କ ମା ଯୋଗମାୟା ଦେବୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନିକଟରେ ତଦନ୍ତ ଦାବି କରିଥିଲେ ମଧ୍ୟ ଏଥିପାଇଁ କର୍ଣ୍ଣପାତ କରାଯାଇ ନଥିଲା।
ଡା.ମୁଖାର୍ଜୀ ଜୁଲାଇ ୬ ତାରିଖ ୧୯୦୧ ରେ କଲିକତାରେ ଜନ୍ମ
ଗ୍ରହଣ କରିଥିଲେ। ୧୯୨୩ରେ ଏମ୍ ଏ,୧୯୨୪ରେ ବାରିଷ୍ଠର ପାଶ କରିଥିଲେ।୧୯୪୩ ରେ ମାତ୍ର ୩୩ ବର୍ଷ ବୟସରେ ସର୍ବକନିଷ୍ଠ କଲିକତା ବିଶ୍ଵବିଦ୍ୟାଳୟ କୁଳପତି ହୋଇଥିଲେ।ସୈ ଶିକ୍ଷା ରଜରେ ବହୁ ସଂସ୍କାର ଆଣିବା ସହ ହୀନ୍ଦୁ ବିଚାର ଧାରାକୁ ବିଶେଷ ପ୍ରଧାନ୍ଯ ଦେଉଥିଲେ।୧୯୫୧, ଅକ୍ଟୋବର ୨୧ରେ ଭାରତୀୟ ଜନ ସଂଘ ପାର୍ଟି ସ୍ଥାପନ କରି ଥିଲେ। ୧୯୮୦ ମସିହାରେ ଏହା ଭାରତୀୟ ଜନତା ପାର୍ଟିରେ ଭାବେ ଆତ୍ମ ପ୍ରକାଶ କଲା। ଯାହା କି ପରବର୍ତ୍ତୀ ସମୟରେ ଭାରତ ବଡ ରାଜନୈତିକ ଦଳ ଭାବେ ବିଶ୍ବ ପ୍ରସିଦ୍ଧି ଲାଭ କରିଛି। ଏବଂ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟାରେ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ଯାହାକି ଡ଼ା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ସ୍ବରୂପ ଏହା ତାଙ୍କ ସ୍ବପ୍ନକୁ ଶାକାର କରି ବୋଲି ମୁଖ୍ୟ ବକ୍ତା ଶ୍ରୀ ନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟାୟ ବକ୍ତା ମାନେ ମଧ୍ୟ ଡା ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଦର୍ଶନ ଓ ରାଜନୈତିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ଶେଷରେ ଦିଲ୍ଲୀପ ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button