
ନବରଙ୍ଗପୁର 24/6: ରାଜ୍ୟ ସରକାରଂକ ଅବକାରୀ ବିଭାଗ ତତ୍ତ୍ବବଧାନରେ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟର ବ୍ୟବହାର ଯୋଗୁଁ ତା ର କୁପରିଣାମ ଉପରେ ନବରଙ୍ଗପୁର ଜିଲ୍ଲାରେ ଗତ ମେ ମାସ ୩୧ ତାରିଖ ରୁ ଜୁନ ମାସ ୨୬ ପର୍ଯ୍ୟନ୍ତ ଆମ ସଂକଳ୍ପ – ନିଶା
ନୁହେଁ, ଜୀବନ ବିଶେଷ ସଚେତନତା ଅଭିଯାନ ଚାଲୁ ଅଛି । ଏହି ପରିପେକ୍ଷିରେ ଆଜି ମଣ୍ଡେଇ ପଡିଆ ଠାରୁ ଏକ ସଚେତନତା ଶୋଭାଯାତ୍ରା ଅଗ୍ନିଶମ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଶେଷ ସ୍ଲୋଗାନ ସହ ଯାଇଥିଲ । ଏହି ଶୋଭାଯାତ୍ରାରେ ବିଭିନ୍ନ ହାଇସ୍କୁଲର ଛାତ୍ର ଛାତ୍ରୀ, ଅବକାରୀ ବିଭାଗ ର
କର୍ମଚାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅବକାରୀ ଅଧୀକ୍ଷକ ପ୍ରଭାସ କୁମାର ଦାସ, ଡିଆଇପିଆର୍ଓ ମନୋଜ ବେହେରା, ଡିଏସଏସଓ ସୁଧାଂଶୁ ପାତ୍ର, ଡିସିଓ ଘାଷିଆ ହରିଜନ ଏବଂ ଅନେକ ବିଭାଗୀୟ କର୍ମଚାରୀ ସାମିଲ ଥିଲେ। ଶୋଭାଯାତ୍ରା ପରେ ଅବକାରୀ ବିଭାଗ
ଦ୍ବାରା ସ୍ଥାନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ରକ୍ତଦାନ ଶିବିର ଏବଂ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଅବକାରୀ ବିଭାଗ ର କର୍ମଚାରୀ ଓ ଅନ୍ୟ ବିଭାଗ ର କର୍ମଚାରୀମାନେ ରକ୍ତ ଦା କରିଥିଲେ । ପ୍ରଥମେ ଅବକାର ଅବକାରୀ ଅଧୂକ୍ଷକ ପ୍ରଭାସ କୁମାର ଦାସ ଏବଂ ଅତିବି ନିର୍ବାହୀ ଅଧୂକାରୀ, ଜିଲ୍ଲା ପରିଷଦ ଦାନ ଯଦୁମଣି ନାୟକ ରକ୍ତଦ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହ କରିଥିଲେ ଲ । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ବିଶ୍ଵଜିତ ବର୍ମନ୍, ସିଡିଏମଓ ଡ ସନ୍ତୋଷ ପଣ୍ଡା, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ। ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା। ରକ୍ତଦାନ ଓ ସ୍ଵାସ୍ଥ୍ୟ ଶିବିରକୁ ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର ଓ କର୍ମଚାରୀମାନେ ପରିଚାଳନା କରିଥିଲେ l