NationPolitics

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ରେ୨ ଗିରଫ ଲସ୍କରର ୩ ଆତଙ୍କବାଦୀ ସଂପୃକ୍ତ : ଏନଆଇଏ

ନୂଆଦିଲ୍ଲୀ,23/6: ଏପ୍ରିଲ ୨୨ରେ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ୨୬ ପର୍ଯ୍ୟଟକଙ୍କୁ ନିର୍ମମଭାବେ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତୋଇବା ସଂଗଠନର ସଦସ୍ୟ ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ତିନି ଆତଙ୍କବାଦୀ ହେଲେ ହାସିମ ମୁସା (ସୁଲେମାନ), ଅଳ୍ପୀ ଭାଇ ଏବଂ ଆଦିଲ ହୁସେନ ଠୋକର। ଏମାନଙ୍କ ମଧ୍ୟରୁ ହାସିମ ଓ ଅଲ୍ଲୀ ଭାଇ ପାକିସ୍ତାନ ବାସିନ୍ଦା ହୋଇଥିବାବେଳେ ଆଦିଲ କାଶ୍ମୀର ଉପତ୍ୟକାରେ ଲସ୍କର ପାଇଁ କାର୍ଯ୍ୟ କରୁଥିଲା । ଏହି ତିନି ଆତଙ୍କବାଦୀଙ୍କୁ ଧରାଇଦେଲେ କିମ୍ବା ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଭାରତ ସରକାର । ଘୋଷଣା କରିସାରିଛନ୍ତି । ଅପରପକ୍ଷରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଏବଂ ଆନୁଷଙ୍ଗିକ ସହାୟତା ଦେଇଥିବା ଅଭିଯୋଗରେ ଏନ୍‌ଆଇଏ ୨ ଜଣଙ୍କୁ ଗିର ଗିରଫ କରିଛି। ଏମାନେ ହେଲେ ପରଭେଜ ଅହମ୍ମଦ ଜୋଠା ବସିର ଅହମ୍ମଦ ଜୋଠାର। ଏମାନେ ପହଲଗାଓଁ ବାସିନ୍ଦା। ଏପ୍ରିଲ ୨୨ ପୂର୍ବରୁ ପରଭେଜ ଓ ବସିର ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ପହଲଗାଓଁର ହିଲ୍ ପାର୍କ

ଅଞ୍ଚଳରେ ଆଶ୍ରୟ ଦେଇଥିବାବେଳେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଥିଲେ। ଏପରି କି ତିନି ଆତଙ୍କବାଦୀଙ୍କୁ ପହଲଗାଓଁର ବୈସାରନ ଉପତ୍ୟକାକୁ ସଂଯୋଗ କରୁଥିବା ରାସ୍ତା ଦେଖାଇବା ସହ ଆକ୍ରମଣ ମଣ ପରେ ସେମାନେ କେଉଁ ବାଟ ଦେଇ ଖସି ପଳାଇବେ, ତାହା ମଧ୍ୟ ଏ ଦୁଇ ଅଭିଯୁକ୍ତ ସ୍ଥିର କ କରିଥିବା କୁହାଯାଇ ପାଇଛି। ତେବେ ପହଲଗାଓଁ ଗାଓଁ ଆକ୍ରମଣ ପରେ ଆତଙ୍କବାଦୀମାନେ କିପରି ଖ ଖସି ପଳାଇଲେ, ତାହାକୁ କୁ ନେଇ ଏନ୍‌ଆଇଏ ଅଧିକାରୀଙ୍କ ମଧ୍ୟରେ ଭିନ୍ନମତ ଦେଖିବାକୁ ମିଳିଛି। ଏନ୍‌ଆଇଏର କେତେକ ଅଧୂକାରୀ କହୁଛନ୍ତି ଯେ ଆକ୍ରମ କ୍ରମଣ ପରେ ଏହି ଆତଙ୍କବାଦୀମାନେ ପାକିସ୍ତାନ ଚାଲିଯାଇଛନ୍ତି। ଅପରପକ୍ଷରେ ଅନ୍ୟ ଅ ଗୋଷ୍ଠୀ ଦାବି କରୁଛନ୍ତି ଯେ ଏହି ତିନି ଆତଙ୍କବାଦୀ ଏବେ ମଧ୍ୟ ଜାମ୍ମୁ-କାଶ୍ମୀରତ କାଶ୍ମୀରର ତ୍ରାଲ ସେକ୍ଟରରେ ଲୁଚି ରହିଛନ୍ତି। ସେମାନେ କୌଣସି ବୈଦ୍ୟୁତି ବିଦ୍ଯୁତିକ ସାମଗ୍ରୀ ବ୍ୟବହାର କରୁନଥିବାରୁ ସେମାନଙ୍କୁ ଠାବ କରିବା କଷ୍ଟକର ହୋଇପଡୁଥିବ କୁହାଯାଉଛି ଉଛି। ଘଟଣାର ଦୁଇମାସ ଅତିକ୍ରାନ୍ତ ହୋଇଥିବାବେଳେ ଏନଆଇଏ ପ୍ରଥମ ଥର କୌଣସି ଅଭିଯୁକ୍ତଙ୍କୁ ଗିରଫ କରିଛି।

Govinda Tripathy (Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button