DIstrictNawarangpurOdishaPolitics

କୃଷି ବିଭାଗ ଓ ବିହନ ବିକ୍ରେତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହନ୍ତସନ୍ତ !

ଉମରକୋଟ, 23/06: ଚାଷ ପ୍ରାରମ୍ଭରେ ଜିଲ୍ଲା କୃଷି ବିଭାଗ ତତ୍ପରତା ଦେଖାଇ ଇ କିଛି ବିହନ 3 ସାର ଦୋକାନକୁ ସି ଲ କରିଥିବା ଦେଖ୍ ବାକୁ ମିଳିଥିଲା । ଯାହାଫଳରେ ବ୍ୟବସାୟୀଙ୍କ ମନରେ କୁକୁଆ ଭୟ ଲାଗି ରହିଥିଲା। କିନ୍ତୁ ଧୀରେ ଧୀରେ କିଛି କୃଷି ବିଭାଗୀୟ ଅଧୂକାରୀ ଓ ବିହନ ଓ ସାର ଦୋକାନୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦିନ ଦହାଡେ ରାସ୍ତା ଉପରେ ଅଣସ୍ଵୀକୃତି ପ୍ରାପ୍ତ ମକା ଓ ଧାନ ବିହନ ଖୁଲମ ଖୁଲା ବିକ୍ରୟ କରୁଥିବା ଦେଖୁବାକୁ ମିଳିଛି । ସେହିଭଳି କିଛି ଦୋକାନୀ ନିଜକୁ ସରକାରୀ ଦୋକାନ କହି ଅଣସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି । ଏ ବିଷୟରେ କୃଷି ବିଭାଗୀୟ ଅଧିକାରୀଙ୍କୁ ଜଣେଇଲେ ଆମେ କ’ଣ କରିପାରିବୁ, ସରକାର ସେମାନଙ୍କୁ ଲାଇସେନ୍ସ ଦେଇଛି ସେମାନେ କ’ଣ ବିକ୍ରୟ କରିବେ ଆମେ କଣ କହିବୁ ବୋଲି କହୁଛନ୍ତି । ଏହି ନବରଙ୍ଗୀ ତଥା ଓରମାସ ନାମକ ଦୋକାନଟି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଅଧୂକାରୀଗୁଡା ନିକଟରେ ରହିଛି । ଉକ୍ତ ଦୋକାନରେ ଥିବା କର୍ମଚାରୀ ଆମକୁ ସରକାର ସ୍ଵୀକୃତି ଦେଇଛି ଏବଂ ଆମେ ସରକାରୀ ଦୋକାନ ଖୋଲିଛୁ ବୋଲି କହନ୍ତି । ସେପଟେ କୃଷି ବିଭାଗ ସ୍ୱୀକୃତି ପ୍ରାପ୍ତ ବିହନର କୌଣସି ତଥ୍ୟ ପ୍ରଦାନ କରିପାରୁ ନାହିଁ। ଏହି ଦୋକାନର ମୁଖ୍ୟ ଅଫିସ ବ୍ଲକ ପରିସରରେ ରହିଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କୃଷି ବିଭାଗ ଓ କିଛି ଦୋକାନୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ବିଭାଗୀୟ ଅଧିକାରୀ ଓ ଦୋକାନୀ ବିହନ ବିକ୍ରୟ କରି ମାଲାମାଲ ହେଉଥିବା ବେଳେ ଯଦି ଚାଷୀର ଠିକ ପରିମାଣରେ ଅମଳ ନ ହୁଏ ତେବେ ଚାଷୀ ଆତ୍ମହତ୍ୟା ମଧ୍ୟ କରୁଥିବା ଦେଖୁବାକୁ ମିଳିଛି ଏହାର ଦାୟୀ କିଏ ରହିବ।

Govinda Tripathy (Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button