DIstrictNawarangpurOdishaPolitics

ନବୀନଙ୍କ ଉତ୍ତମ ଚିକିତ୍ସା ପାଇଁ ସମୂହ ଦୀପଦାନ ମନ୍ଦିରରେ ଉପସ୍ଥିତ ବିଜେଡି କର୍ମକର୍ତ୍ତା ।

ନବରଙ୍ଗପୁର/ ଉମରକୋଟ, ୨୨/୬ ନବରଙ୍ଗପୁର ବିଜେଡି ଜିଲା ସଭାପତି ତଥା ଡାବୁଗାଁ ବିଧାୟକ ମନହୋର ରନ୍ଧାରୀଙ୍କ ନେତୃତ୍ବରେ ପୂର୍ବତନ ମୁଖମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ମା’ ଭଣ୍ଡାରଘରଣୀଙ୍କ ମନ୍ଦିରରେ ବିଜେଡି କର୍ମକର୍ତ୍ତା ଏକତ୍ରିତ ହୋଇ ସମସ୍ତେ ମିଳିମିଶି ସମୂହ ଦୀପଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ନାରୀ ସଭାନେତ୍ରୀ ମଞ୍ଜୁଳା ମାଝି, କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ, ତାପସ ତ୍ରିପାଠୀ, ଜିଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ଦିଲୁ ପଣ୍ଡା, ସୁଧୀର ମହାପାତ୍ର, ସୁମିତ ପାଳ, ନେତ୍ରା କୋଲାର, ସଞ୍ଜୟ ନାୟକ, ଲାଲୁ ତ୍ରିପାଠୀ, ସୁନୀଲ ସାହୁ, ଚନ୍ଦ୍ର ମଲ୍ଲିକ, ନନ୍ଦ ନାୟକ, ଗୋଲକ ମାଝୀ, ସୁମିତ ପୂଜାରୀ, ପ୍ରଣତୀ ତ୍ରୀପାଠୀ, କୁନା ପାଢୀଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ରା ଉପସ୍ଥିତ ରହିଥିଲେ ।

ସେହିପରି ଉମରକୋଟ ବ୍ଲକ ବିଜେଡି ପକ୍ଷରୁ ଗ୍ରାମଦେବୀ ମା’ ପେଶ୍ରାଣୀଙ୍କ ନିକଟରେ ସାମୂହିକ ଦୀପଦାନ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ଉମରକୋଟ ବ୍ଲକର ଶତାକ ବିଜେଡି କର୍ମୀ ମା’ଙ୍କ ନିକଟରେ ଦୀପ ଜାଳିଥିଲେ। କାର୍ଯ୍ୟକ୍ରମରେ ପୌର ଅଧ୍ଯକ୍ଷା ରାଧା ଭତ୍ରା, କାଉନସିଲର ମନୋଜ ନାୟକ, ସରୋଜିନୀ ସବର, ନିଲମ ହରିଜନ, ଚିତ୍ତରଞ୍ଜନ ପାତ୍ର, ପୂର୍ବତନ ନଗରପାଳ ଝଡେଶ୍ବର ମହାନ୍ତି, ନଗର ସଭାପତି କୈଳାଶ ନାୟକ, ଅକ୍ଷୟ ବିଷୋୟୀ, ଜଗନ୍ନାଥ ପାଳ, ସତ୍ୟ ପଟ୍ଟନାୟକ, ସୁରେଶ ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ସୁଧା ଦାଶ, ଜୟନ୍ତୀ ବିଷୋୟୀଙ୍କ ସହ ଦଳର ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Govinda Tripathy (Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button