NationPoliticsWorld

ଇରାନ ଉପରେ ଆମେରିକାର ଆକ୍ରମଣ ନିନ୍ଦା କଲା ପାକିସ୍ତାନ

ଇରାନ୍ ଉପରେ ଆମେରିକାର ଆକ୍ରମଣକୁ ଅନେକ ଦେଶ ନିନ୍ଦା କରିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ପାକିସ୍ତାନ ବି ଘୋର ନିନ୍ଦା କରିଛି। କିଛିଦିନ ତଳେ ପାକ୍ ସେନା ମୁଖ୍ୟ ଅସିମ ମୁନିରଙ୍କ ହ୍ବାଇଟ୍‌ହାଉସ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍‌ଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ ମଧ୍ୟାହ୍ନଭୋଜନ ବି କରିଥିଲେ। ସେତିକି ନୁହେଁ, ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଆବଶ୍ୟକ ବୋଲି ମଧ୍ୟ ଜେନେରାଲ ମୁନିର କହିଥିଲେ। ଏ ନେଇ ସେ ସୁପାରିସ କରିଥିଲେ। ଏବେ କିନ୍ତୁ ପାକିସ୍ତାନ ଇରାନ୍ ସମର୍ଥନରେ ଯୁକ୍ତି ବାଢ଼ିଛି। ପାକିସ୍ତାନ କହିଛି ଯେ ଇରାନ୍ ଉପରେ ଆମେରିକା ଯେଉଁ ଆକ୍ରମଣ କରିଛି, ଏହା ନିନ୍ଦନୀୟ। ସମସ୍ତ ଅନ୍ତର୍ଜାତୀୟ ନିୟମକୁ ଏହା ଉଲଂଘନ କରିଛି। ଫକ ବିଦେଶ ମନ୍ତ୍ରୀ ଇଶାକୁ ତାର୍

ଏକ ସରକାରୀ ବିବୃତିରେ କହିଛନ୍ତି, ଇରାନ୍‌ର ଆଣବିକ ସାଇଟ୍‌ଗୁଡ଼ିକ ଉପରେ ଆମେରିକା ଯେଉଁ ଆକ୍ରମଣ କରିଛି, ପାକିସ୍ତାନକୁ ତାହାକୁ କଡ଼ା ନିନ୍ଦା କରୁଛି। ଏହାଦ୍ଵାରା ଉକ୍ତ ଅଞ୍ଚଳରେ ସଂଘର୍ଷ ଆହୁରି ବଢ଼ିଯିବା ନେଇ ଆମେ ଚିତାବ୍ୟକ୍ତ କରୁଛୁ। ପଶ୍ଚିମ ଏସିଆରେ ସ୍ଥିତି ଖରାପ ହେଲେ ବିଶ୍ଵର ଅନ୍ୟ ଭାଗକୁ ଏହା

ଅସ୍ଥିରତା ମଧ୍ୟକୁ ଠେଲିଦେବ। ବାସ୍ତବରେ ଏହା ସାଙ୍ଘାତିକ ଚିନ୍ତାଜନକ ବିଷୟ । ଏହି ପରିପ୍ରେକ୍ଷୀରେ ଆମେ ତୁରନ୍ତ ଯୁଦ୍ଧ ବନ୍ଦ କରି ସାଧାରଣ ଲୋକ ଏବଂ ସମ୍ପଭିର ସୁରକ୍ଷା ପାଇଁ ଆହ୍ୱାନ ଦେଉଛୁ। ସମସ୍ତ ଦେଶ ଅନ୍ତର୍ଜାତୀୟ ନିୟମକୁ ନିଶ୍ଚିତ ପାଳନ କରିବା ଜରୁରି। ବିଶେଷକରି ଅନ୍ତର୍ଜାତୀୟ ମାନବୀୟ ଆଇନକୁ ପାଳନ କରାଯିବା ଉଚିତ। ବର୍ତ୍ତମାନ ଆଲୋଚନା, କୂଟନୀତି ଓ ଜାତିସଂଘ ନିୟମକୁ ଆଧାର କରି ସମାଧାନର ରାସ୍ତା ବାହାର କରାଯିବା ଜରୁରି। ଉଲ୍ଲେଖଯୋଗ୍ୟ, ଇରାନ୍ ଓ ପାକିସ୍ତାନ ଉଭୟ ପଡ଼ୋଶୀ ଦେଶ। ଉଭୟ ୯୦୦ କିଲୋମିଟର ବ୍ୟାପୀ ସୀମାରେ ପରସ୍ପର ସହ ଯୋଡ଼ି ହୋଇଛନ୍ତି। ଇରାନ୍ ଭଳି ପାକିସ୍ତାନ ମଧ୍ୟ ଇସ୍ରାଏଲ୍‌ର ଏକ ଦୃଢ଼ ସମାଲୋଚକ। ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ପାକିସ୍ତାନର ଦୃଢ଼ ନିନ୍ଦା କରିଥିଲା ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button