DIstrictNawarangpurOdisha

ବର୍ଷା ଗାଏବ, ଗଜା ମରୁଡ଼ି ଆଶଙ୍କା

ଚନ୍ଦାହାଣ୍ଡି,23/6: ଚନ୍ଦାହାଣ୍ଡି ବ୍ଲକରେ ଜୁନ ମାସ ଆରମ୍ଭରେ ଭଲ ବର୍ଷା ହୋଇଥିଲା | ଯାହାଫଳରେ ଚାଷୀଙ୍କ ମୁହଁରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଭଲ ଅମଳ ହେବ ବୋଲି ଚାଷୀଙ୍କ ମନରେ ଆଶା ଥିଲା। ଚଳିତ ବର୍ଷ ଭଲ ବର୍ଷା ହେଲେ ପୁରୁଣା କ୍ଷତିକୁ ଭରଣା କରିବେ ବୋଲି ଚାଷୀ ଆଶା ବାନ୍ଧିଥିଲେ। କିନ୍ତୁ ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ସ୍ଥିତି ବିଗାଡ଼ି ଦେଇଛି। କିଛି ଦିନ ହେବ ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ବର୍ଷାର ନା ଗନ୍ଧ ନାହିଁ| ଜମି ଗୁଡ଼ିକ ଟାଙ୍ଗରା ହୋଇଛି। ତେଣୁ ପୁନର୍ବାର ବ୍ଲକବାସୀ ଏକ ମରୁଡ଼ିର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଇଛି।

ଚଳିତ ବର୍ଷ ବ୍ଲକରେ ମୋଟ ୬୨୭୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ଲକ୍ଷ୍ୟ ରହିଛି। ସେଥିମଧ୍ୟରୁ ଜଳସେଚିତ ଜମି ୩୦୭୨ ହେକ୍ଟର, ଅଣ ଜଳସେଚିତ ଜମି ୩୯୧୮ ହେକ୍ଟର ଏବଂ ୨୬୫୫ ହେକ୍ଟର ଡଙ୍ଗର ଜମିରେ ମକା ଚାଷ କରାଯିବ ବୋଲି ଜଣାପଡ଼ିଛି | କିନ୍ତୁ ବର୍ଷାର ସ୍ଥିତି ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । ଧାନ ତଳି ଏବଂ ମକା ଗଜା ହେଉ

ନଥିବାରୁ ଚାଷୀ ଚିନ୍ତାରେ ରହିବା ସହ ପୁଣି ଥରେ ମଞ୍ଜି କିଣିବାକୁ ପଡ଼ିବ ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି। ପୁରୁଣା ପରିସଂଖ୍ୟାନକୁ ତର୍ଜମା କଲେ ଜୁନ୍ ମାସରେ ଭଲ ବର୍ଷା ହେଲେ ହିଁ ଚନ୍ଦାହାଣ୍ଡି ବ୍ଲକରେ ଚାଷବାସ ଭଲ ରହୁଛି ନଚେତ୍ ମରୁଡ଼ି ନିଶ୍ଚିତ ତେଣୁ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇନଥିବାରୁ ବିଭିନ୍ନ ଗ୍ରାମର ଚାଷୀମାନେ ନିଜ ଧାନ ପଲା ବଞ୍ଚେଇବା ପାଇଁ ନଦୀ, ପୋଖରୀରେ ମୋଟର ଲଗେଇ

ନିଜ ଜମିରେ ପାଣି ମଡ଼ାଉଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୫ ବର୍ଷ ହେବ ପୂର୍ବ ସରକାଙ୍ଗ ଚାଷୀଙ୍କୁ ଜଳସେଚନ ନିମନ୍ତେ ଡ୍ୟାମ୍ ନିର୍ମାଣ କରିବେ ବୋଲି ଲଲିପପ୍ ଦେଖେଇଥିଲେ | ତେଣୁ ଅଞ୍ଚଳର ଚାଷୀମାନେ ପୂର୍ବ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରି ନୂତନ ସରକାର ଗଠନ କଲେ । ବର୍ତମାନର ସରକାର ଅଞ୍ଚଳବାସୀଙ୍କ ସ୍ଵପ୍ନ ପୂରଣ କରିବାରେ କେତେଦୂର ସଫଳ ହେବେ ଦେଖିବାକୁ ବାକି ରହିଲା |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button