ସରକାରୀ ଜମିରୁ ଉଚ୍ଛେଦକୁ ଅଞ୍ଚଳବାସୀଙ୍କ ବିରୋଧ

ଝରିଗାଁ, 23/6 ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅଞ୍ଚଳରେ ଥୁବା ସରକାରୀ ଜମିରେ ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ ସମୟ ଧରି ଲୋକେ ଘରଦ୍ବାର କରି ରହିବା ସହ ଦୋକାନ କରି ନିଜ ପରିବାର ଚଳାଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ରକ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ଅଞ୍ଚଳବାସୀ ବିଗତ ବିରୋଧ କରିଛନ୍ତି । ପ୍ରଶାସନ ଲୋକଙ୍କୁ ସ୍ଥାୟୀ ଥଇଥାନ କରିବା ବଦଳରେ ବାରମ୍ବାର ଘର ଖାଲି କରି ଭାଙ୍ଗିବା ପାଇଁ ନୋଟିସ୍ ଦେଉଥିବାରୁ ଅଞ୍ଚଳରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଛି । ସରକାରୀ ଜମିରେ ଘର ଓ ଦୋକାନ ଗୃହ ଉଚ୍ଛେଦ ନ କରିବା ପାଇଁ ରବିବାର ଅଞ୍ଚଳବାସୀ ବୈଠକ କରି ଆଲୋଚନା କରିଥିଲେ। ଉଚ୍ଛେଦ କରିବା ପାଇଁ ଝରିଗାଁ ଅଞ୍ଚଳବାସୀଙ୍କ ତରଫରୁ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଶାସନ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବାକୁ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
୧୯୫୮ ମସିହାରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ଥଇଥାନ ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା। ତା ପରଠୁ ଏଥିପ୍ରତି କାହାର ନଜର ନାହିଁ । ଫଳରେ ପ୍ରାୟ ୬୬ ବର୍ଷ ଧରି ଘରଦ୍ବାର କରି ରହୁଥିବା ଏଠାକାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଢୁଛି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ହାତୀବାଡ଼ି ଗ୍ରାମର ୨୮ଟି ପରିବାରଙ୍କ ଘରକୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ପାଇଁ ଜିଲାପାଳଙ୍କୁ ଦାବିପତ୍ର ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ଧୂଳିସାତ୍ କରିବା ପରେ ଏବେ ଝରିଗାଁ ବ୍ଲକର ୨୩ଟି ପଞ୍ଚାୟତର ଧନୀ ଗରିବ ସମସ୍ତେ ଭୟ ମଧ୍ଯରେ ରହୁଛନ୍ତି। ନିଜ ପୂର୍ବପୁରୁଷଙ୍କ ସ୍ବପ୍ନର ଘରକୁ ଦୁଲଡୋଳର ଚଢ଼େଇବାରୁ କେମିତି ରକ୍ଷା କରିବେ ସେ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ସମ୍ପର୍କରେ ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଲୋକେ ଦେଇଥିବା ଆବେଦନକୁ ଜିଲାପାଳଙ୍କ ନିକଟକୁ ପଠାଯାଇଛି। ଜିଲାପାଳ ଯାହା ନିର୍ଦ୍ଦେଶ ଦେବେ, ସେ ପ୍ରକାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।