EntertainmentNationOdishaPoliticsRayagada

ଚର୍ଚ୍ଚାରେ କାଶିପୁର, ପ୍ରେମ ବାହାଘର ପାଇଁ ଶୁଦ୍ଧିକ୍ରିୟା କଲେ ଗ୍ରାମବାସୀ

ର।ୟଗଡ :22/6 ଚର୍ଚ୍ଚା ରେ କାଶିପୁର ଝିଅର ପ୍ରେମ ବାହାଘର ପାଇଁ ଶୁଦ୍ଧିକ୍ରିୟା କଲେ ପରିବାର ବର୍ଗ ଓ ଗ୍ରାମବାସୀ । ଜିଲ୍ଲା ପ୍ରଶାସନର ସଚେତନତା କାମ ଦେଉନାହିଁ । ରାୟଗଡ଼ ଜିଲ୍ଲା ରେ ଦିନକୁ ଦିନ ଅନ୍ଧବିଶ୍ଵାସ କବଳିତ ହୋଇ ପଡ଼ିଛି । ଅନ୍ଧବିଶ୍ଵାସ ର କୁପରିଣାମ ଭୋଗୁଛନ୍ତି ନିରୀହ ଆଦିବାସୀ ସମ୍ପ୍ରଦାୟର ଲୋକେ। ଜିଲ୍ଲାରେ କେତେବେଳେ ଗୁଣିଗାରେଡିକୁ ନେଇ ଅନେକ ଘଟଣା ଘଟିଥିବା ବେଳେ ଅନେକ କାରାଗାରରେ ଦଣ୍ଡ ଭୋଗୁଥିବା ନଜିର ରହିଛି। ପ୍ରଶାସନ ତରଫରୁ ଜାତିପ୍ରଥା ଓ ଅନ୍ଧବିଶ୍ବାସ ରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ,ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଯାରିରହିଥିଲେ ସୁଦ୍ଧା ଦୁର ହୋଇପାରୁ ନାହିଁ ଅନ୍ଧବିଶ୍ଵାସ। ଏହି ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚେତନ ବାର୍ଭା ଯାହାକି ଜିଲ୍ଲାରେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ରାକ୍ଷସ ର ରୂପ ନେଉଛି । ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା।

ଜିଲ୍ଲାର ସର୍ବଦା ଚର୍ଚ୍ଚିତ କେତେବେଳେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ହେଉ ବା ଖଣିଜ ସଂପଦ ସୁରକ୍ଷା ପାଇଁ ହେଉ କିନ୍ତୁ ଏପରିକି ଏକ ଘଟଣା ଘଟିଛି ସମ୍ପୂର୍ଣ ଭିନ୍ନ ଅଟେ । ଜଣେ ଝିଅ ତା ମନର ମଣିଷ ଜୀବନ ସାଥୀ ରୂପେ ଗ୍ରହଣ କରିଥିଲେ ଅନ୍ୟ ଏକ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ତେଣୁ ଶୁଦ୍ଧିକ୍ରିୟା କଲେ ସମସ୍ତ ପରିବାର ଲୋକେ ଓ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ଵ ଦରବାରରେ ବେସ ପରିଚିତ। ହେଲେ ଜାତିପ୍ରଥା କୁ

ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିବା ଘଟଣାକୁ ନେଇ ଝିଅ ପରିବାରର ୪୦ ଜଣ ସଦସ୍ୟ ଶୁଦ୍ଧି ହେବା ପାଇଁ ମୁଣ୍ଡନ କରିବା ସହିତ ପାରମ୍ପରିକ ରୀତିନୀତି ପାଳନ କରିଛନ୍ତି । ବର୍ତମାନ ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କାଶୀପୁର ବ୍ଳକର ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମର ଘଟିଛି ଏହିଭଳି ଅଭାବନୀୟ ଘଟଣା।ଘଟଣାରୁ

ପ୍ରକାଶ ଯେ, ବାଇଗଣଗୁଡ଼ା ଗ୍ରାମର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଜଣେ ଅନୁସୂଚିତ ଜାତି ବର୍ଗର ପୁଅ ଭଲ ପାଉଥିଲେ। ପରବର୍ତ୍ତୀ ସମୟ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ୱେ ଯୁବକଙ୍କ ସହିତ ବିବାହ ବନ୍ଧନରେ – ହୋଇଥିଲେ । ଯାହାକୁ ନେଇ ଗ୍ରାମ ଅସନ୍ତୋଷ ପ୍ରକାଶ କରିଥିଲେ । ଜାତି ରହିବାକୁ ହେଲେ ପରିବାରବର୍ଗଙ୍କୁ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁ ଆଦି ବଳି ଦେବା ସହିତ ମୁଣ୍ଡନ କରି-କହିଥିଲେ ଗ୍ରାମବାସୀ । ଏହି କାର୍ଯ୍ୟ କଳି ପାଇଁ ପରିବାରବର୍ଗଙ୍କୁ ଖର୍ଚ୍ଚାନ୍ତ ହେଳ ପଡ଼ିଥିଲା। ଗୋଟିଏ ପଟେ ଜାତିଅ ଭେଦଭାବ ନ ରଖ୍ ସମସ୍ତେ ମିଳି ରହିବାକୁ ସଚେତନତା ହେଉଥିଲେ। ଆଜି ବି ଜୀବିତ ରହିଛି ପୁରୁଣା ପ୍ରଥ ପରମ୍ପରା। ତେବେ ଏନେଇ କାଶୀପୁର ବିଜୟ ସୋଏଙ୍କୁ ପଚାରିବାରୁ ଏ ଖବର ମିଳିବା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣର ଅଧୁକାରୀଙ୍କୁ ସେଠାକୁ ଯାଇ ଘଟଣାର ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ – ପ୍ରକୃତ ଘଟଣା ଜଣାପଡ଼ିବ ବୋଲି – ବିଜୟ କହିଛନ୍ତି।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button