EntertainmentNationPoliticsWorld
ଭାରତର ନିରବତାକୁ ସମାଲୋଚନା କଲେ ସୋନିଆ ଇରାନ, ଗାଜାରେ ଇସ୍ରାଏଲ ଆକ୍ରମଣ ପ୍ରସଙ୍ଗ

ନୂଆଦିଲ୍ଲୀ, 22/6: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ଇରାନ-ଇସ୍ରାଏଲ ସଂଘର୍ଷ ପ୍ରସଙ୍ଗରେ ଭାରତର ନିରବତାକୁ କଡ଼ା ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିରବତା କେବଳ ଏହାର ସ୍ବରକୁ କ୍ଷୀଣ କରୁନାହିଁ ବରଂ ମୂଲ୍ୟବୋଧକୁ ମଧ୍ୟ ପରିତ୍ୟାଗ
କରୁଛି । ଏ ବାବଦରେ ଏକ ପ୍ରବନ୍ଧରେ ସୋନିଆ ଆମେରିକା ରାଷ୍ଟ୍ରପତି ଡୋନାଲ୍, ଟ୍ରମ୍ପ ଟ୍ରମ୍ପଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ଏକ ବିପର୍ଯ୍ୟୟ ପଥକୁ ଅନୁସରଣ କରୁଥିବାରୁ ସୋନିଆ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି। ସୋନିଆ କହିଛନ୍ତି, ପ୍ରଥମେ ଗାଜାରେ ବିପର୍ଯ୍ୟୟ ଏବଂ ଏବେ ଇରାନ ବିରୋଧରେ ଯେଉଁ ଉତ୍ତେଜନା ଚାଲିଛି ସେଥିରେ ଭାରତ ନିରବ ରହିବା ଦ୍ବାରା କେବଳ ସ୍ବର କ୍ଷୀଣ ହେଉନାହିଁ ବରଂ ଏହାଦ୍ଵାରା ଆମର ମୂଲ୍ୟବୋଧ ମଧ୍ୟ ବଳି ପଡ଼ିଯଯାଉଛି।