
ମାଲକାନଗିରି ୨୨/୦୬: ସୀମାନ୍ତ କୋଣ୍ଟା ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍ବି ଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଗାଁ ଗାଁରେ କ୍ୟାମ୍ପ କରି ରାସ୍ତା, ବ୍ରିଜ ନିର୍ମାଣ କରୁଛି । ଅନ୍ୟଦିଗରେ ଦୁର୍ଗମ ଦୁର୍ଗ ଅଂଚଳରେ ଫରେଷ୍ଟ ଗାର୍ଡ ଏବଂ ରାଜସ୍ୱ ନିରୀକ୍ଷକମାନେ ଲୋକଙ୍କୁ ଲୁବ୍ଧ ଲୁଟୁଛନ୍ତି । ରାଜସ୍ୱ ନିରୀକ୍ଷକମାନେ ଲୋକଙ୍କୁ ଜମି ମାପିବା ନାମରେ ୧୦ ହ ହଜାରରୁ ୫୦ ହଜାର ଟଂକା ପର୍ଯ୍ୟନ୍ତ ଲୁଟୁଛନ୍ତି। ଫରେଷ୍ଟ ଗାର୍ଡମାନେ ଜଂଗଲରୁ
ବାଉଁଶ କାଟି ବେଧଡକ ବିକ୍ରି କରି ଚାଲିଛନ୍ତି I ଏପରିକି ଲୋକଙ୍କୁ ଟଂକା ନଦେଲେ କୁକୁଡା, ଛେଳି, ଘୁଷୁରି ଇତ୍ୟାଦି ମାଗୁଛନ୍ତି I ଲୋକଙ୍କୁ ବିକାଶ ନାମରେ ଏଭଳି ଲୁଟୁଥିବା କୋଣ୍ଟା ଏରିଆ କମିଟିର ସଚିବ ଦୁଲ୍ଲା ଏହାକୁ ନିନ୍ଦା କରିଛି I ଜଳ, ଜଂଗଲ ଓ ଜମି ବଞ୍ଚାଇବା ପାଇଁ ଫରେଷ୍ଟ ଗାର୍ଡ ଏବଂ ରାଜସ୍ୱ ନିରୀକ୍ଷକମାନଙ୍କୁ ଗାଁରୁ ତଡିବା ସହ ଆନ୍ଦୋଳନକୁ ତୀବ୍ରତର କରାଯାଉ ୧୯୮୦ ମସିହାରେ ଯେତେବେଳେ ଛତିଶଗଡରେ ନକ୍ସଲ ପାଦ ଥାପିଥିଲେ | ସେତେବେଳେ ଫରେଷ୍ଟ ଗାର୍ଡ ଏବଂ ରାଜସ୍ୱ ନିରୀକ୍ଷକମାନଙ୍କ ସହ ଲଢେଇ ଆରମ୍ଭ କରିଥିଲେ | ଏବେ ପୁଣି ସେହି ଦିନ ଫେରିଆସିଛି I ଫରେଷ୍ଟ ଗାର୍ଡ ଏବଂ ରାଜସ୍ୱ ନିରୀକ୍ଷକମାନ ନଙ୍କ ସହ ଲଢେଇ ଆରମ୍ଭହେବା ଛତିଶଗଡର ବିଜେପିର ବିଷ୍ଣୁ ଦେବ ସାଏ ସରକାର ଏହାକୁ ସହଯୋଗ କରୁଥିବା ଅଭିଯୋଗ କରାଯାଇଛି।