DIstrictEducationOdisha

ଗୋପବନ୍ଧୁଙ୍କ ବଳିଦାନ କେବେ ଭୁଲି ହେବନାହିଁ

କାଲିମେଳା ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପ୍ରଥମ ସ୍ଥାନ ପାଇଲେ ଅମ୍ରିତା ପଣ୍ଡା

କାଲିମେଳା, 22/6 : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ 97 ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ତରୁଣ ପିଢିର ଚିନ୍ତା ଓ ଚେତନାର ଅନନ୍ୟ ପରିପ୍ରକାଶ ପାଇଁ ଓଡିଶାର ଅଗ୍ରୀମ ଦୈନିକ ଖବରକାଗଜ ସମାଜ ପକ୍ଷରୁ ଅଷ୍ଟମରୁ ଦଶମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାରା ରାଜ୍ୟରେ ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗୀତା ଆୟାଜିତ ହୋଇଥିବା ବେଳେ ଉପାନ୍ତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ଗୋପବନ୍ଧୁଙ୍କ ସ୍ୱପ୍ନର ଓଡିଶା ବିଷୟକୁ ନେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଶୈଳୀରେ ସୁନ୍ଦର ବକ୍ତୃତା ପ୍ରଦାନ କରିଥିଲେ l କାଲିମେଳା ବ୍ଲକ ର ବିଭିନ୍ନ ସରକାରୀ ଓ ଘରୋଇ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଅନୁଷ୍ଠିତ ସମ୍ଵର୍ଦ୍ଧିତ ସଭାରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେଳେ ମୁଖ୍ୟ ବକ୍ତା ଭାବେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରୋଇ ଉପସ୍ଥିତ ଉପସ୍ଥିତ ରହି ଗୋପବନ୍ଧୁ ଙ୍କ ବଳିଦାନ କେବେ ଭୁଲି ହେବ ନାହିଁ ବୁଲି ମତ ପ୍ରକାଶ କରିବା ସହ ସମାଜ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଲୋକସେବକ ମଣ୍ଡଳର ସମସ୍ତ ଅଧିକାରୀ ସଦସ୍ୟ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ବକ୍ତୃତା କାର୍ଯ୍ୟକ୍ରମ କୁ ସ୍ତାନୀୟ ଗୋପବନ୍ଧୁ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପକ ବିମଲ କୁମାର ସାହୁ ଏବଂ ଓଡିଆ ବିଭାଗର ଅଧ୍ୟାପକ ପ୍ରଭାତ କୁମାର ସୁତାର ବିଚାରକ ଭାବେ ଉପସ୍ଥିତ ରହି ପ୍ରତିଯୋଗିତା ରେ ମୂଲ୍ୟାୟନ କରିଥିଲେ l ସରକାରୀ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବାରୋଇ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ l ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ସ୍ଵାଗତ ଭାଷଣ ଶହ ଅତିଥି ପରିଚୟ ପ୍ରଦାନ କରିଥିଲେ l ଆଜିର ପ୍ରତିଯୋଗିତା ରେ କାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମ୍ରିତା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କାଙ୍ଗୁରୁକୋଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପ୍ରଧାନ ଦିତୀୟ ଏବଂ ଏମପିଭି-65 ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ ଢାଲୀ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅତିଥି ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅମ୍ରିତା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଆସନ୍ତା 24 ତାରିଖରେ ଅଂଶଗ୍ରହଣ କରିବେ l କାଲିମେଳା ବ୍ଲକ ସମାଜ ପ୍ରତିନିଧି ଜୀତେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶିକ୍ଷକ ଧୃବ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button