BusinessNationOdishaPolitics

ମଶାଣିପଦା ବିଶ୍ରାମଗୃହ ପାଲଟିଛି ଗୂଦାମଗୃହ

ରାଇଘର / ମୁଣ୍ଡିବେଡ଼ା ୨୨/୦୬ :
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମୁଣ୍ଡିବେଡ଼ା ପଞ୍ଚାୟତର ଛତିଶଗଡ ସୀମାନୁବର୍ତ୍ତୀ ଗ୍ରାମ ଗୁଡିକରେ ଚାଲିଛି କୁଜି ନେତାର ମନମାନି କାର୍ଯ୍ୟ। କେହି ବିରୋଧ କଲେ ତାହାକୁ ନିର୍ଯାତନର ଶିକାର ହେବାକୁ ପଡୁଛି। ତାର ପାଇଁ କୌଣସି ଗଣପ୍ରତିନିଧୂଙ୍କ ଆଗରେ ମୁହଁ ଖୋଲୁ ନାହାନ୍ତି ଗ୍ରାମବାସୀ। ଭତାପାଣି ଗ୍ରାମଟିରେ ଗ୍ରାମର କେତେକ କୁଜି ନେତାମାନେ ସେମାନଙ୍କର ନିଜ ସାର୍ଥ ଚରିତାର୍ଥ କରିବା ପାଇଁ ବାହୁବଳି ସାଜି ଏକ ଛତ୍ରବାଦ ମନମୁଖୁ ଶାସନ ଚଳାଉଛନ୍ତି। କେହି ସ୍ବର ଉତ୍ପାଳନ କରିଲେ ସଙ୍ଗେ ସଙ୍ଗେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ତାଙ୍କର ମୁହଁ ବନ୍ଦ କରା ଯାଉଛି। ଏହି ପରି ଏକ ମଶାଣିପଦାର ମନମୁଖୂ ସ୍ଥାପନ ଓ ସେହି ମଶାଣିପଦା ବିଶ୍ରାମଗୃହରେ, ସେହି ଗ୍ରାମର ଜୈନେକ ବ୍ୟକ୍ତି କାହାକୁ ଖାତିର ନ କରି “ସାଗ” ସବୁ ଭତ୍ତୀ କରି ମଶାଣିପଦାକୁ ଜୋର ଜବର ଦସ୍ତୀ ଅକ୍ରିୟାର କରି ନିଜର ଶାସନ ଚଳାଉଛନ୍ତି। ଉଲ୍ଲେଖ ଥାଉ କି, ଯୋଉଠି ବର୍ତ୍ତମାନ ମଶାଣିପଦା ଅଛି ସେଠିରୁ କମସେ କମ ଶ୍ମଶାନ ଆନୁମାନିକ ଏକ କିଲୋମିଟର ହେବ। ସେହି ଶ୍ବଶାନଟିରେ ମଶାଣିପଦା ବିଶ୍ରାମଗୃହ ନିର୍ମାଣ କରିବା ପାଇଁ ସବୁ ବନ୍ଦବସ୍ତ ହେବା ପରେ ଅଚାନକ ପୁଣି ଗ୍ରାମ ରାସ୍ତା ସଂମୁଖରେ ନିର୍ମାଣ ହୋଇ କାର୍ଯ୍ୟ ସମ୍ପାଦନ କରିଥିଲେ ଠିକାଦାର ବାବୁ ଏହା ଭତାପାଣି, ବଟନପାରା, ବୁଚିୟାପାରା ଓ ମଝିରପାରା ଗାଁ ଲୋକଙ୍କ କହିବା କଥା। ଏହି ପରି ଗ୍ରାମର କୁଜି ନେତାମାନେ ନିଜର ସ୍ବାର୍ଥ ଚରୀତାର୍ଥ କରିବା ? ଏହା କି ପରି ପ୍ରଶାସନର ନଜର ପଡୁ ନାହିଁ କହି ଚାରଝୋଲା, ବିୟରପାଣି, ଅର୍ଜୁନପାଣି ସହ ଆଖ ପାଖ ମୁଣ୍ଡିବେଡ଼ା ପଞ୍ଚାୟତର ଜଣସାଧାରଣ ସହ ସେହି ରାସ୍ତାରେ ଯିବା ଆସିବା କରିବା ବାଟଇ ମାନେ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ସ୍ବର ଉତ୍ଥାଳନ କରିବା ପରିଲୋକ୍ଷିତ। ଏବେ ଦେଖୁବାକୁ ବାକି ରହିଲା ପଞ୍ଚାୟତ ଲୋକ ପ୍ରତିନିଧୂ ମୁଣ୍ଡିବେଡ଼ା ଓ ବ୍ଲକ ପ୍ରଶାସନ ରାଇଘର କଣ ପଦକ୍ଷେପ ନେଉଛନ୍ତି ସର୍ବ ସାଧାରନର ମଶାଣିପଦା ବିଶ୍ରାମଗୃହ ଦଖୋଲ କରିବା ଉପରେ l

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button