
ଜୟପୁର,22 /6: କେତେବେଳେ ହ୍ୟାଲୋ…ରେ ତ ଆଉ କେତେବେଳେ ମାତ୍ର କେଇ ସେକେଣ୍ଡର କଥାବାର୍ତ୍ତାରେ କଟିଯଉଛି ମୋବାଇଲ୍ ନେଟୱାର୍କ। ଅତି ଜରୁରି ବେଳେ ଫୋନ୍ କନେକ୍ଟ ହୋଇପାରୁନି। ସରକାରୀ ସଂସ୍ଥା ବିଏସଏନଏଲ୍ ଏବଂ ଅନ୍ୟ ୨ ଘରୋଇ ଟେଲିକମ୍ କମ୍ପାନିର ସେବା ଜିଲ୍ଲା ହସପିଗଲ୍ରେ ଠିକ୍ରେ ମିଳୁନି। ନୂଆ ୭ ମହଲା କୋଠା ସବୁଠୁ ବେଶି ପ୍ରଭାବିତ ହେଉଛି। ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ବାରମ୍ବାର ବିଲ୍ଲାଟ ହେଉଥିଲେ ବି ଡାକ୍ତରଖାନା ଏବଂ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘନାହିଁ । ବିଧାୟକ ଏବଂ ସାଂସଦ ମଧ୍ୟ ହସ୍ତକ୍ଷେପ କରୁନାହାନ୍ତି।
ଜିଲ୍ଲା ହସପିଟାଲ୍ର ନୂଆ ୭ ମହଲା କୋଠାର ସବୁ ସ୍ଥାନରେ ମୋବାଇଲ୍ ନେଟଓ୍ୱାର୍କ ପହଞ୍ଚିପାରୁନି। ବିଏସଏନଏ ନଏଲ୍ କଥା ନକହିବା ଭଲ। ଅନ୍ୟ ୨ ଘରୋଇ ଟେଲିକମ୍ କମ୍ପାନି ସିଗନାଲ୍ କାଁ ଭାଁ ମିଳୁଛି। ନୂଆ କୋଠାର ଖୋଲାମେଲା ଅଞ୍ଚଳରେ ଫୋନ୍ ଲାଗୁଥିଲେ ବି ଅନ୍ୟ ସ୍ଥାନରେ ସମସ୍ୟା ହେଉଛି। ଗ୍ରାଉଣ୍ଡ ଫ୍ଲୋରରେ ଥିବା ଡାକ୍ତରଖାନା କାର୍ଯ୍ୟାଳୟ ଭିତରେ ପଶିଗଲେ ନେଟୱାର୍କ ଚାଲିଯାଉଛି। ପ୍ରଥମ ମହଲାର ଏକାଧିକ ଓପିଡି, ପରୀକ୍ଷାଗାର, ଲିଫ୍ଟରେ ଫୋନ୍ ଲାଗୁନି। ଏବେ ଚଳଚଞ୍ଚଳ ଥିବା ଦ୍ଵିତୀୟରୁ ଷଷ୍ଠ ମହଲା ପର୍ଯ୍ୟନ୍ତ ସମସ୍ୟା ଲାଗି ରହୁଛି। ବାୟୁ ଚଳାଚଳ(ଖେଲାମେଲା) କରୁଥିବା ସ୍ଥାନରେ ନେଟୱାର୍କ ସାମର୍ଥ୍ୟ ଅପେକ୍ଷାକୃତ ଭଲ। ଏନେଇ ଡାକ୍ତର, ଡାକ୍ତରଖାନା କର୍ମଚାରୀ, ରୋଗୀ, ରୋଗୀ ସମ୍ପର୍କୀୟ ହଇରାଣ ହେଉଛନ୍ତି। ଡାକ୍ତରଖାନା ଇଣ୍ଟରକମ୍ ସୁବିଧା ସବୁସ୍ଥାନରେ ନାହିଁ। କୌଣସି ଜରୁରି କମ ଥିଲେ ଡାକ୍ତର, ଷ୍ଟାଫନର୍ସ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଫୋନ୍ରେ ଯୋଗଯୋଗ ହୋଇପାରୁନି । ବାଧ୍ଯ
ହୋଇ ସୂଚନା। ଦେବାକୁ ଜଣେ କର୍ମଚାରୀ ଯାଉଛନ୍ତି। ଏତେ ବଡ଼ କ୍ୟାମ୍ପସ, ଏକାଧିକ ଲିଫ୍ଟ, ସିଡି ଏବଂ ବିଭାଗ ଥିବାରୁ ଖୋଜି ବାହାର କରିବାରେ ସମସ୍ୟା ହେଉଛି। ସମାନ ସମସ୍ୟା ଭୋଗୁଛପି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ। ନେଟୱାର୍କ ଅପହଞ୍ଚ ଆଉଟ୍ଡୋର କିମ୍ବା ଇଣ୍ଡୋରରେ ଥିଲେ ଯୋଗଯୋଗ ହୋଇପାରୁନି। ରକ୍ତଯୋଗାଡ଼, ଔଷଧ, ଅନ୍ୟ ଆବଶ୍ୟକ ସାମଗ୍ରୀ ଆଣିବାକୁ ଅସୁବିଧା ହେଉଛି। ନେଟୱର୍କ ଥିବା ସ୍ଥାନ ସ୍ଥାନ ଖୋଜି ଟାୱର ମିଳିଲେ ଫୋନ୍ କରୁଛନ୍ତି।
ଡାକ୍ତରଖାନାର ଜଣେ କର୍ମଚାରୀ କହିଛନ୍ତି, ଏବେ ନୂଆ ୭ମହଲା କୋଠା ଏକ ତୃତୀୟାଂଶ କାର୍ଯ୍ୟକ୍ଷମ। ସେଥିରେ ଠିକ୍ରେ ମୋବାଇଲ୍ ସେବା ଉପଲବ୍ଧ ହେଉନି। ସମ୍ପୂର୍ଣ କୋଠା କାର୍ଯ୍ୟକ୍ଷମ ହେଲେ ସମସ୍ୟା ବଢିଯିବ। ସମସ୍ୟା ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି। ଏକ ଘରୋଇ ଟେଲିକମ୍ କମ୍ପାନି କର୍ମଚାରୀଙ୍କ ସହ ଏ ବାବଦରେ ଆଲୋଚନା କରାଯାଇଥିଲା। ସେ କହିଥିଲେ, ଡାକ୍ତରଖାନା କର୍ତ୍ତୃପକ୍ଷ ଚାହିଁଲେ କିଛି ହେବନି। ସେ କେବଳ ଚିଠି ଲେଖିପାରିବେ। ବିଧାୟକ, ସାଂସଦ ଚାହିଁଲେ ସମସ୍ୟା ସମଧାନ ହୋଇପାରିବ। ଡିଏଚଏଚ୍ର ୭ ମହଲା କୋଠାରେ ସିଗନାଲ୍ କ୍ଷମତା ଦୁର୍ବଳ ରହୁଛି । ଜିଲ୍ଲା ପ୍ରଶାସନ ଅନୁମତି ନେଇ ଟେଲିକମ୍ କମ୍ପାନି ଡାକ୍ତରଖାନା କୋଠରେ ଏକ ସ୍ବତନ୍ତ୍ର ଟୱାର ବସାଇପାରିବେ। ଏଥିରେ ବିଏସଏନଏଲ୍ ସହ ଏଠାରେ ଉପଲବ୍ଧ ଥିବା ଅନ୍ୟ ୨ ଘରୋଇ କମ୍ପାନିର ଟେଲିସେବା ମିଳିପାରିବ।