
ଭଞ୍ଜନଗର,୨୧/୬ : ଭଞ୍ଜନଗର ଡିଏଭି ପିଟି ଏସ୍ଆର୍ ପବ୍ଳିକ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଛି।ସେ ଯୋଗର ଆବଶ୍ୟକତା ଓ ଦୈନନ୍ଦିନ ଜୀବନରେ ତାହାର ଭୂମିକା ବିଷୟରେ କହିଥିଲେ। ଶିକ୍ଷକ ବିଶ୍ଵନାଥ ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ୍, ବକୃତା ପ୍ରତିଯୋଗିତା ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ସେହିପରି ସେଣ୍ଟ ଜାଭିୟର ହାଇସ୍କୁଲରେ ଅର୍ନ୍ତଜାତୀୟ ଯୋଗ ଦିବସ ଅଧ୍ୟକ୍ଷ ସୁଧୀର ଶଙ୍କର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ସନନ୍ଦିନୀ ସାହୁ ଯୋଗର ଗୁରୁତ୍ବ ସଂର୍ପକରେ କହିବା ସହ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନ,ପ୍ରଶାନ୍ତ କୁମାର ପତି ପରିଚାଳନା କରିଥିଲେ। ସେହିପରି ଗାଲେରୀ ଦଣ୍ଡପାଣି ମହରଥା ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ଯୋଗ ଶିବିରକୁ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଶୁଭାରମ୍ଭ କରିଥିଲେ।ଏନ୍ଏସ୍ଏସ୍ ଅଧିକାରୀ ଦୁର୍ଗା ମାଧବ ଦାଶ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାକ୍ତନ ଛାତ୍ର ତୋଫାନ ନାୟକ ଯୋଗ ଶିକ୍ଷା ପ୍ରଦାନ କରିଥିବା ବେଳେ ବିରୁପାକ୍ଷ,ସୂର୍ଯ୍ୟ,ସାଗର ପବିତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସେହିପରି ବାହାଡାପଦର ନୋଡାଲ ହାଇସ୍କୁଲରେ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଯୋଗ ଦିବସ ପାଳିତ ହୋଇଛିl ଏଥିରେ ଯୋଗଗୁରୁ ଭାବେ ପତଞ୍ଜଳିରୁ ରାମଦେବ ବାବାଙ୍କ ଶିଷ୍ୟ ବିମଳ କୁମାର ପାତ୍ର ଯୋଗ ଦେଇ ଶିକ୍ଷାର୍ଥୀ ମାନଙ୍କୁ ଯୋଗର ଉପକାରିତା ଉପରେ କହି ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ସ୍କାଉଟ ଓ ଗାଇଡ଼, ଜାତୀୟ ସବୁଜ ବାହିନୀ, ଜୁନିଅର ରେଡକ୍ରସ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ହୃଷିକେଶ ନାୟକ, ବାବୁଲା ନାୟକ, ନରେନ୍ଦ୍ର ପ୍ରଧାନ, ପ୍ରବୀଣ କୁମାର ଜେନା,ମଦନ ଗୋପାଳ ଆପଟ ଶଶୀ ଭୂଷଣ ସ୍ୱାଇଁ,ବିବେକାନନ୍ଦ ସାହୁ,ଗୋପାଳ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ।