NationOdishaPolitics

ବାରମ୍ବାର ସରକାରୀ ଜମି ହଡ଼ପ ଅଭିଯୋଗ ହେବା ପରେ ପ୍ରଶାସନର ତତ୍ପରତା, ଷ୍ଟଲ୍, କୋଠା ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନୋଟିସ୍

ଝରିଗାଁ, ୨୧/୬: ରାଜ୍ୟରେ ବିଜେଡି ଶାସନ ସଭାରେ ଥିବା ବେଳେ କିଛି ଦଳୀୟ ପ୍ରତିନିଧୂ ଓ ବରିଷ୍ଠ କର୍ମୀ ନିଜ କ୍ଷମତାର ଦୁରୂପ ଯୋଗ କରି ସରକାରୀ ଜମି ସବୁରେ ମାଡିବସି କେଉଁଠି କୋଠା, କେଉଁଠି ଷ୍ଟାଲ ତ ଆଉ କେଉଁଠି ଆଉ କଣ ସବୁ ନିର୍ମାଣ କରି ଚାଲିଥିଲେ । ସ୍ଥାନୀୟ ଜନତା ଯେତେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ଅଭିଯୋଗ ଶୁଣିବାକୁ କେହି ନଥୁଲେ, ଅଲଟା ସେମାନଙ୍କୁ ଡରେଇ ଧମକାଇ ଚୁପ ରଖୁଥିଲେ । ବିଜେଡି ନେତାମନ୍ତ୍ରୀଙ୍କ ଗୁଣ୍ଡାରାଜକୁ ଭୟକରି ସାଧାରଣ ଲୋକେ ମୁହଁ ଖୋଲିବାକୁ ଭୟ କରୁଥିଲେ।ହେଲେ ରାଜ୍ୟରେ ବିଜେପି ସରକାର ସତ୍ତାକୁ ଆସୁଆସୁ ଏବେ ସବୁ ଗୁମର ଧୀରେ ଧୀଟେ ଖୋଲିବାକୁ ବସିଛି । ଏମିତି କିଛି ଗୁମର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରୁ ବି ବାହାରିଛି। ବିଜେପି ସରକାର ସତ୍ତାକୁ ଆସିବାପରେ ସ୍ଥାନୀୟ ଲୋକ ନିର୍ଭୟରେ ସରକାରୀ ଜମି ହଡପ କରାଯିବ, ସରକାରୀ ଜମି ଉପରେ ବେନିୟମ ଭାବେ ଷ୍ଟଲ, କୋଠା ନିର୍ମାଣ କରିବା ଆଦି ଅଭିଯୋଗ ଜିଲ୍ଲାପାଳଙ୍କୁ ବାରମ୍ବାର ଦେବା ପରେ ଜିଲ୍ଲାପାଳ ମଧ୍ୟ ବର୍ତମାନ ଆକ୍ସନ ମୁଡ଼ରେ ଥିବା ଜଣାପଡିଛି ।କିଛି ବିଜେଡି ନେତା ନିଜ କ୍ଷମତାର ଦୁରୂପ ଯୋଗ କରି ଯେଉଁ ଯେଉଁ

ସରକ।ରୀ ଜାଗା ସବୁ ମାଡି ବସିଥିଲେ, ସେସବୁ ଜାଗା ଗୁଡିକୁ ଚିହ୍ନଟ କରି ତା ଉପରେ ନିର୍ମିତ କୋଠା, ଷ୍ଟାଲ ଆଦିକୁ ଭାଙ୍ଗିଦେବା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଏକ ନୋଟିସ ହୋଇଥିବା ସୂଚନା ମିଳିଛି |ଦର୍ତମାନ ଦେଖୁବ।କୁ ବାକି ରହିଲା ରାଜ ବିଭାଗ କେବେ ପଦକ୍ଷେପ ନେଉଛି ଓ ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ଦେଖୁବାକୁ ରହିଲା ?

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button