HealthNationOdisha

ରାଜ୍ୟରେ ଥମୁନି ଡାଇରିଆ ଜିଲ୍ଲା ବୁଲୁଛନ୍ତି ରାଜ୍ୟ ଓ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର ୨୧/୬: ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ କଲବଲ କରୁଛି ଡାଇରିଆ । ଗୋଟିଏ ପରେ ଗୋଟିଏ ବ୍ଲକ୍ ?କୁ ମାଡ଼ି ଚାଲିଛି। ଏବେ ପଶ୍ଚିମକୁ ମଧ୍ୟ ମାଡ଼ି ଗଲାଣି ଝାଡ଼ାବାନ୍ତି। ସମ୍ବଲପୁର ସଦର ହସ୍ପିଟାଲରେ ବହୁ ଡାଇରିଆ ଆକ୍ରାନ୍ତ ଭର୍ଭି ହୋଇଛନ୍ତି । ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାପକ ସଚେତନତା ସତ୍ତ୍ବେ ରାଜ୍ୟରେ ବର୍ତ୍ତମାନସୁଦ୍ଧା ଡାଇରିଆ ନିୟନ୍ତ୍ରଣକୁ ଆସିନାହିଁ। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆକୁ ୧୦ଦିନରୁ ଅଧିକ ହେଲାଣି। ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି। ସମ୍ବଲପୁର ଚଳିତମାସରେ ଶତାଧୁକ ରୋଗୀ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଛନ୍ତି । ପୂର୍ବରୁ ସମ୍ବଲପୁରରେ ଡାଇରିଆ ଓ ଜଣ୍ଡିସ ବେଶ୍ ଆତଙ୍କ ଖେଳାଇଥିଲା । ରାଜ୍ୟରେ ଦୂଷିତ ପାଣି

ଓ ଖାଦ୍ୟ ପାଇଁ ଡାଇରିଆ ବ୍ୟାପିଥିବା କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ କରିସାରିଛନ୍ତି । ଏହାକୁ ନଜରରେ ରଖ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ବିଶୋଧନ ଓ ବାସି ଖାଦ୍ୟ ଉପରେ ଚଢ଼ଉ ଜାରି ରହିଛି। ଅଙ୍ଗନବାଡ଼ି, ସ୍କୁଲ ଓ କଲେଜ ଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖ୍ ଭଦ୍ରକ ଜିଲ୍ଲାରେ ଖରା ଛୁଟିକୁ ଦୁଇଦିନ ଓ ଯାଜପୁରରେ ୩ଦିନ ବଢ଼ାଇ ଦିଆଯାଇଛି। ରାଜ୍ୟରେ ଡାଇରିଆ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍ ବୁଲିବା ସହ ସ୍ଥିତିର ସମୀକ୍ଷା କରୁଛନ୍ତି। ଯାଜପୁର ଜିଲ୍ଲାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମ୍‌ର ଡା.ଏନ୍ ସୋମାଲକର, ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧୁକରଣ ଡା.ଗୀତାଞ୍ଜଳି ରହିଛନ୍ତି। କଟକ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍‌ର ତା. ବି. ଦ୍ବିବେଦୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ

ନିର୍ଦ୍ଦେଶକ ଡା. ଏସ୍ ମହାନ୍ତି, ଭଦ୍ରକ ଜିଲ୍ଲାରେ ଡା. ପି. ଘୋଷ, ଡା. ଜି. ଚୌଧୁରୀ ଓ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା.ଶୁଭାଶିଷ ମହାନ୍ତି ଗସ୍ତ କରିଛନ୍ତି । ଏହି ଟିମ୍‌ଗୁଡ଼ିକ ପାନୀୟ ଜଳ ଉତ୍ସର ବିଶୋଧୀକରଣ, ଡାକ୍ତରଖାନାର ପ୍ରୋଟୋକଲ ଅନୁସାରେ ରୋଗୀଙ୍କ ଚିକିତ୍ସା, ରୋଗୀଙ୍କ ବିଷୟରେ ଠିକ୍ ତଥ୍ୟ ସଂଗ୍ରହ ସ୍ଥିତିର ଅନୁଶୀଳନ କରାଯାଉଛି। କ୍ଷେତ୍ର ପରିଦର୍ଶନ ପରେ ଏହି ମିଳିତ ବିଶେଷଜ୍ଞ ଟିମ୍‌ଗୁଡ଼ିକ

ସଂପୃକ୍ତ ଜିଲ୍ଲାରେ ଗଠନ ହୋଇଥିବା କୋର କମିଟି ସ‌ହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରିବେ। ରାଜ୍ୟ ସ୍ୱାସ୍ଥ୍ୟ ମୁକେଶ ମହାଲିଙ୍ଗ ଆଜି ରାଜ୍ୟର ୬ଟି ଜିଲ୍ଲାରେ ଡାଇରିଆ ମୁକାବିଲାର ସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଭାସୀ କରିଆରେ ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ। ଡାଇରିଆ

ସଂକ୍ରମଣ ହ୍ରାସ ପାଇଥିବା ସତ୍ତ୍ୱେ ସଂପୂର୍ଣ ସତର୍କ ରହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମିସନ ଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସ୍ଏଚ୍ଳି ଜରିଆରେ ସଚେତନ‌ତା ଅଭିଯାନ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଅଭିଯାନ ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାନୀୟ ଜଳ ବିଭାଜନ ଗୁଡ଼ିକରେ ପାନୀୟ ଜଳ ? ଉତ୍ସକୁ ବିଶୋଧନ କରାଯାଇଛି। ଯେଉଁ ସ୍ରୋତରେ ବାରମ୍ବାର ସଂକ୍ରମଣ ରହୁଛି ସେଭଳି କୂଅ ଓ ନଳକୂଅକୁ ସିଲ୍ ? କରାଯାଉଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଳସାଥୀଙ୍କୁ ନିୟୋଜିତ କରାଯାଇଛି। ରଥଯାତ୍ରାକୁ ନଜରରେ ରଖ୍ ପୁରୀ ମ୍ୟୁନିସିପାଲଟି ଅଞ୍ଚଳ ଓ ୱାଟ୍ ?କୋ ଅଧୀନସ୍ଥ ନିମାପଡ଼ା, ପିପିଲି ଓ କୋଣାର୍କ ପରି ନିକଟସ୍ତ ପେ?ର ପରିଷଦଗୁଡ଼ିକରେ ହଇଜା ନିୟନ୍ତ୍ରଣ ପାଇଁ ୱାଟ୍ ? କୋର ନିର୍ଦେଶକ(ସଞ୍ଚାଳନ)କୁ ପୁରୀଠାରେ ଅବସ୍ଥାପିତ କରାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button