
ଭୁବନେଶ୍ଵର, ୨୧/୬ : ଆଜି ଏକ ବିଶେଷ ଦିନ କାରଣ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ସଫଳତାର ସହ ବର୍ଷେ ପୂରଣ କରିଛି । ଏହା କେବଳ ସରକାରର ବର୍ଷ ପୂରି ନୁହେଁ, ସୁଶାସନର ୧ ବର୍ଷ ପୂର୍ତ୍ତି ଜନସେବାକୁ ସମର୍ପିତ ହୋଇଥିବା ଏହି ସରକାର ଓଡ଼ିଶାର କୋଟି କୋଟି ମତଦାତାଙ୍କ ନିଶ୍ବାସର ଏକ ନିଷ୍ଠାପର ପ୍ରୟାସ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ପୂରା ଟିମ୍ ବର୍ଷକ ମଧ୍ୟରେ ଓଡ଼ିଶାର ପ୍ରଗତି ପାଇଁ କାମ କରିଛନ୍ତି, ଏକ ଦୁର୍ନୀତିମୁକ୍ତ ସରକାର ଗଠନ କରିଛନ୍ତି ବିକାଶକୁ ନୂଆ ଗତି ଦେଇଛନ୍ତି। ଏଥିପାଇଁ ଓଡ଼ିଶା ବ।ସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୂରା ଟିମ୍କୁ ଶୁଭେଚ୍ଛା ଜଣାଉଛି
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ୧୧ବର୍ଷ ଏବଂ ଇନ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଜନତା ମଇଦାନରେ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ମୋହନ ସରକାରଙ୍କୁ ପ୍ରଶଂସା କରିବା ସହ
୨୦୩୦ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ କରିଥିଲେ, ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତ ବିକାଶର ଏକ ନିବ୍ୟ ତାରକା ପଡ଼ିଶା ଶହଶହ ବର୍ଷ ଧରି ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରିଛି। ଓଡ଼ିଶାର ବିକାଶ ଭାରତର ପ୍ରଗତି ମନ୍ତ୍ର ପାଲଟିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଶ୍ରୀମନ୍ଦିରର ଥିବା ବିଭିନ୍ନ ସମସ୍ୟାର ଓ ଏହ।ଋ ଦ୍ଵାର ଖୋଲିବା, ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ହୋଇଛି ମୋହନ ମାଝୀ କୋଟିକୋଟି ଶ୍ରଦ୍ଧାଳୁଙ୍କ ମାନ ରଖିଛନ୍ତି ଏହା ଭାଜନୀତିରେ ବିଜୟ କି ପରାଜୟର କଥା ନୁହେଁ, ଏହା କୋଟିକୋଟି ଶ୍ରଦ୍ଧାଳୁଙ୍କ ଆପର ବିଷୟ ଥିଲା ।