BusinessNationOdishaPolitics

ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା

ଚନ୍ଦାହାଣ୍ଡି, ୨୧/୬: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଅଘୋଷିତ ବିଦ୍ୟୁତ୍ କାଟ୍ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ଆଜି ଚନ୍ଦାହାଣ୍ଡି ଅଞ୍ଚଳବାସୀ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସେମାନେ ମନଇଛା ବିଦ୍ୟୁତ୍ ବିଲ୍ ସଂଗ୍ରହ ସାଙ୍ଗକୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ ତାଲିମପ୍ରାପ୍ତ ଯୁବକ ମାନଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଛି। ସେହିପରି ଗ୍ରାମାଞ୍ଚଳରେ ଥିବା ପୁରୁଣା ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ନୂଆ ବିଦ୍ୟୁତ୍ ଖୁଣ୍ଟ ସହ କେବୁଲ ସ୍ମାର୍ଟ ମିଟର ହଟାଯାଉ, ଝରିଗାଁରୁ ଚନ୍ଦାହାଣ୍ଡି ପର୍ଯ୍ୟନ୍ତ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍ ଖୁଣ୍ଟ ପକାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି । ଅପରପକ୍ଷରେ ଧାରଣା ସ୍ଥଳକୁ ବିଦ୍ୟୁତ୍ ବିଭାଗର ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଆସି ସଂଯୋଗ, ପ୍ରତି ପଞ୍ଚାୟତରୁ ଫେଡରେସନ୍

ଉପଭୋ ଦେଇଛନ୍ତି। ଏଥିସହ ୭ ଦଫା ପୂରଣ ପାଇଁ ଦାବି କରାଯାଇଛି। ଏପରିକି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଧାରଣାରେ ବସିଥିବା ବିଦ୍ୟୁତ୍ ଶେଷମଲ ହରିପାଲ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଇଲେକ୍ଟ୍ରିକାଲରେ ଆଇଟିଆଇ ପାସ୍ କରିଥିବା ଯୁବକମାନଙ୍କୁ ବିଦ୍ୟୁତ୍ ବିଲ୍ ଆଦାୟ ସୁଯୋଗ ନ ଦେଇ ଅଷ୍ଟମ, ନବମ ପଢ଼ିଥିବା ଯୁବକମାନଙ୍କୁ ନିଯୁକ୍ତି ଦିଆଯାଇଛି। ତେଣୁ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଏହି ଧାରଣାରେ ଟେକରାମ ମାଝୀ, ପ୍ରଶାନ୍ତ ପାରି, ମୋତିଲାଲ ହଂସ, ପୁରୁଷୋତ୍ତମ ବାଗ, କର୍ଡ଼ ମାଝୀ, ପ୍ରେମଚାନ୍ଦ ଗୋପାଳ, ଭୁଜରାଜ ସୋରୀ, ନଳୀନି ଡଙ୍ଗରି, ବାପୁ ଦାସ, ଡିକେଶ ହରପାଲ, ଟିକମ ନାଗ, ବୈକୁଣ୍ଠ ନାଗ, ନାଗେଶ୍ବର ହରପାଲ, ଜଗନ୍ନାଥ ଡଙ୍ଗରି, ରାଜେଶ କୁମାର ନାଗ, ମାନସ ରଂଜନ ବାଗ, ରମେଶଚନ୍ଦ୍ର ପୂଜାରୀ, କେଶବ ନାଏକ, କୁବେର ନିଆଲ, ଝରନିଆ ହାତୀ ସାମିଲ ଥିଲେ |

ଗୋବିନ୍ଦା ତ୍ରିପାଠୀ 84805 56478

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button