BusinessOdishaPolitics

ଡାକଘରେ ନାହିଁ ଇଣ୍ଟରନେଟ୍, ଲୋକେ ହନ୍ତସନ୍ତ

ଉମରକୋଟ, ୨୧/୬ : ନବରଙ୍ଗପୁର ପୁର ଜିଲ୍ଲାର ଏକ ପ୍ରମୁଖ ସହର ଉମରକୋଟ। ଉମରକୋଟ ଡିଏନ୍‌କେଠାରେ ଥିବା କେନ୍ଦ୍ରୀୟ ସଂସ୍ଥା ଡାକଘରେ ପ୍ରାୟ ୮ ଦିନ ହେଲାଣି ଲିଙ୍କ୍ ନାହିଁ। ତେଣୁ ପୋଷ୍ଟ ଅଫିସର ସମସ୍ତ ସେବା ବନ୍ଦ ହୋଇପଡିଛି। ଗ୍ରାହକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉମରକୋଟ ପୋଷ୍ଟ ଅଫିସ ଉପରେ ବ୍ଲକ୍‌ର ପ୍ରାୟ ୧୯ ବ୍ରାଞ୍ଚ ପୋଷ୍ଟ ଅଫିସ ଓ ଉମରକୋଟ ସହର ନିର୍ଭର କରୁଥିବା ବେଳେ ଇଣ୍ଟରନେଟ୍ ନ ଥିବାରୁ ଲୋକମାନେ ନୂଆ ଆକାଉଣ୍ଟ ଖୋଲିବା, ଟଙ୍କା ଜମାକରିବା କି ଟଙ୍କା ଉଠାଇପାରୁନାହାନ୍ତି I

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଉମରକୋଟରୁ ପାପଡ଼ାହାଣ୍ଡି ମଧ୍ୟରେ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଦୀର୍ଘଦିନ ହେଲା ଚାଲିଛି। ଫଳରେ ରେ ପ୍ରାୟ ପ୍ରତିଦିନ ବିଏସ୍ଏନ୍‌ଏଲ୍‌ ତାର କଟିଯାଉଥୁବ ଉଥିବାରୁ ଉମରକୋଟ ଅଞ୍ଚଳରେ ବିଏସ୍ଏନ୍‌ଏଲ୍‌ର ମୋବାଇଲ ଓ ଏହାର ଇଣ୍ଟରନେଟ୍ ସେବା ବନ୍ଦ ରହିଥାଏ। ଉମରକୋଟ ଡିଏନ୍‌କେରେ ଥିବା ପୋଷ୍ଟ ଅଫିସରେ ପ୍ରତିଦିନ ବହୁ ଲକ୍ଷ ଟଙ୍କା
କାରବାର ହେଉଥ‌ିବାବେଳେ ଇଣ୍ଟରନେଟ୍ ସେବା ନ ଥିବାରୁ କାମ ସବୁ ବନ୍ଦ ହୋଇପଡୁଛି। ଉମରକୋଟର ବଜାର ଶାଖା, ରାଇଘର, ଗୁରୁଡ଼ି, ଝରିଗାଁ ଚନ୍ଦାହାଣ୍ଡିରେ ଥିବା ପୋଷ୍ଟ ଅଫିସ୍‌ଗୁଡିକ ଛୋଟ ଛୋଟ ବ୍ରାଞ୍ଚ ହୋଇଥିବାବେଳେ ସେଠାରେ ଡାକ ବିଭାଗ ବିକଳ୍ପ ବ୍ୟବସ୍ଥା ରଖିଛି। ତେବେ ଉମରକୋଟ ଭଳି ଏତେ ବଡ଼ ପୋଷ୍ଟ ଅଫିସରେ କାହିଁକି ଇଣ୍ଟରନେଟ୍‌ର ବିକଳ୍ପ ବ୍ୟବସ୍ଥା ନାହିଁ ବୋଲି ଗ୍ରାହକ ପ୍ରଶ୍ନ କରିଛନ୍ତି I ଉମରକୋଟ ପୋଷ୍ଟ ଅଫିସରେ ୮ ଦିନ ହେଲା ଇଣ୍ଟରନେଟ୍ ସେବା ନ ଥିବାରୁ ଲୋକମାନେ ଟଙ୍କା ପୈଠ, ଟଙ୍କା ଉଠାଣ ଭଳି ଅନେକ ସେବାରୁ ବଞ୍ଚୁତ ଅଛନ୍ତି। ବାହାଘର ଓ

ମେଡିକାଲ ଭଳି ଆବଶ୍ୟକ ସମୟରେ ଟଙ୍କାର ଆବଶ୍ୟକ ଥିବାବେଳେ ଲୋକମାନେ ଟଙ୍କା ନ ଉଠାଇପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ବ୍ୟାଙ୍କ ଅପେକ୍ଷା ପୋଷ୍ଟ ଅଫିସରେ ସୁଧ ହାର ଅଧିକ ଥିବାରୁ ଗ୍ରାହକମାନେ ପୋଷ୍ଟ ଅଫିସ ଉପରେ ଅଧିକ ନିର୍ଭର କରୁଥିବାବେଳେ ଏପରି ଅସୁବିଧା ପାଇଁ ଲୋକେ ବିମୁଖ ଡାକଘର ପ୍ରତି ବିମୁଖ ହେଉଛନ୍ତି । ଘଟଣାକୁ ନେଇ ଉମରକୋଟ ପୋଷ୍ଟାଲ ଇନ୍ଦିପେକ୍ଟର ରବୀନ୍ଦ୍ର ବେହେରାଙ୍କୁ ପଚାରିବାରୁ ଜୟପୁରସ୍ଥିତ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି। ସେହିଭଳି ଜୟପୁରରେ ଥିବା ପୋଷ୍ଟ ଅଫିସ୍‌ର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପଚାରିବାରୁ ଘଟଣାକୁ ନେଇ ବିଏସ୍ଏନ୍‌ଏଲ୍ ଅଧ୍କାରୀଙ୍କ ସହ ଆଲୋଚନା କରାଯାଇ ସମାଧାନ ପାଇଁ କୁହାଯାଇଛି । ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି, ତେଣୁ ତାର ଛିଣ୍ଡିଯାଉଛି I ଫଳରେ ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛୁ ବୋଲି ମିଶ୍ର କହିଛନ୍ତି।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button