BusinessEntertainmentOdishaPolitics

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଜନ୍ମଦିବସ ।

ମୟୂରଭଞ୍ଜ ୨୦/୦୬:୧୯୫୮ମସିହା ଜୁନ୍ ୨୦ରେ ମୟୂରଭଞ୍ଜ ଜିଲ୍ଲା ରାଜରଙ୍ଗପୁରରେ ଜନ୍ମଗ୍ରହଣ କରିଥିଲେ ଦେଶର ପ୍ରଥମ ନାଗରିକ । ମାଟିର ମୋତି, ମାନବିକତାର ମହନୀୟ ତଥା ସ୍ନେହଶୀଳ ବ୍ୟକ୍ତିତ୍ଵ । ସୁସ୍ଥ, ସୁନ୍ଦର ସମାଜ ଗଠନ ପାଇଁ ଅସୁମାରୀ ସ୍ବପ୍ନକୁ ନେଇ ମନ ସର୍ବଦା ଚଳଞ୍ଚଳ । ଜୀବନରେ ଦୁଃଖ ପଡୋଶୀ ଓ ସୁଖ ପରଦେଶୀ ପାଲଟିଥିଲେ ବି ସେ କେବେ ହୋଇନାହାଁନ୍ତି ହତାଶ ଓ ନିରାଶ । ସର୍ବଦା ଉଜ୍ଜ୍ବଳତମ ଚେତନାର ସନ୍ଧାନୀ ସିଏ । ଅଖ୍ୟାତ ପଲ୍ଲୀର କୁମାରୀରୁ ହୋଇପାରିଛନ୍ତି ରାୟସିନା ହିଲର ଅଧୀଶ୍ବରୀ । ସେ ପ୍ରେରଣାର ଜ୍ୟୋତି । ସମସ୍ତଙ୍କର ମାନନୀୟା । ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ୬୭ତମ ଜୟନ୍ତୀ ଅବସରରେ ତାଙ୍କୁ ପ୍ରଣାମ ଓ ଅଜସ୍ର ଅଭିନନ୍ଦନ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button