
ଉମରକୋଟ, 20/6: ନବରଙ୍ଗପୁର ଜିଲା ଉମରକୋଟ ପୌରପରିଷଦର ଡିଏନ୍କେ ଠାରେ ଥୁବା ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାର ସଫଳ ମୁକାବିଲା କିପରି କରାଯାଇ ପାରିବ, ବ୍ଲକସ୍ତରୀୟ ଅଭ୍ୟାସ ପ୍ରସ୍ତୁତି ଗୁରୁବାର ଅନୁଷ୍ଠିତ ହୋଇଛି। ଏହିଅବସରରେ ନବରଙ୍ଗପୁର ଉପଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ଜିଲା ଜରୁରୀ କାଳୀନ ବିଭାଗ ଜିଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଉମରକୋଟ ତହସିଲଦାର ମେଗବାନ ବାଗ, ପୌରାଧ୍ଯକ୍ଷା ରାଧା ଭତ୍ରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ଅନୁଗୁଳିଆ ,
ବିଇଓ ଓ ଈଶ୍ବର ମାଝି ଏବିଇଓ ପୁରୁଷୋତ୍ତମ ମାଝି ଓଡ୍ରାପ ଟିମ୍ ସଦସ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟର ଜୀବନକୁ ଧୀବନକୁ କିପରି ସୁରକ୍ଷିତ ରଖ୍ ପାରିବା ସେ ସମ୍ପର୍କରେ ବୁଝାଇଥିଲେ। ବିପର୍ଯ୍ୟୟ ସମୟରେ କେତେବେଳେ କେଉଁ କୌଶଳ ଅବଲମ୍ବନ କରିବେ ଓଡ୍ରାଫ ଟିମ୍ ସଦସ୍ୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର ସମସ୍ତ କାଉନସିଲର, ପୌର ପରିଷଦ କନିଷ୍ଠ ସହାୟକ ଡମ୍ବରୁଧର ମାଝୀ, ବନ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ କୁନା ସାହୁ, ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ଵେଚ୍ଛାସେବୀ ଅନୁଷ୍ଠାନ, ସହରବାସୀ ଓ ପୌର ପରିଷଦ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।