OdishaPoliticsSports

ବିଧାୟକଙ୍କ ରିପୋର୍ଟ କାର୍ଡ: ନବରଙ୍ଗପୁର ହେବ କ୍ରୀଡ଼ା ହବ୍

ନବରଙ୍ଗପୁର 20/6: ନବରଙ୍ଗପୁର ହେବ କ୍ରୀଡ଼ାର ହବ ଆଦିବାସୀ ଭବନ ନିର୍ମାଣ, ପର୍ଯ୍ୟଟନର ବିକାଶ, ଶିଳ୍ପ ସ୍ଥାପନ ସହ ୪୦ ଗ୍ରାମ ସୌର ଆଲୋକରେ ଝଲସିବା ମକା ଓ ଚିନି କାରଖାନା ସ୍ଥାପନ ପାଇଁ ଯୋଜନା ରହିଛି ବୋଲି ରାଜ୍ୟ ସରକାରଙ୍କ ବର୍ଷ ପୂର୍ତି ଅବସରରେ ସ୍ଵତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀI

ନିର୍ବାଚିତ ହେବାର ଏକ ବର୍ଷ ପୂରିଛି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ?

ପ୍ରତୀକ୍ଷିତ ଜାତୀୟ ରାଜପଥର ବାଇପାସ୍ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି । ୨୩ କୋଟି ବିନିଯୋଗରେ ନବରଙ୍ଗପୁରକୁ କ୍ରୀଡ଼ାର ହବ୍ କରାଯିବା ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ହୋଇଛି । ଏକ ଅତ୍ୟାଧୁନିକ ଭବ୍ୟ ବସଷ୍ଟାଣ୍ଡ ନିର୍ମାଣ ହେବ । ଜିଲାସ୍ତରୀୟ ଆଦିବାସୀ ଭବନ ନିର୍ମାଣ ସହିତ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡିରେ ଆଦିବାସୀ ଭବନ ନିର୍ମାଣ ଓ ପାପଡ଼ାହାଣ୍ଡି ସହିଦ ମୀନାର ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମଣ୍ଡେଇ ପଡ଼ିଆର ବିକାଶ ପାଇଁ ୬ କୋଟି ମିଳିଛି । ଇନ୍ଦ୍ରାବତୀ ଓ ହିର୍ଲିଡଙ୍ଗରିର ପର୍ଯ୍ୟଟନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି କୋଷାଗୁମୁଡ଼ା ବ୍ଲକର ୧୧ ପଞ୍ଚାୟତରେ ଲାଇବ୍ରେରୀ, ଜିମ୍, ପାର୍କ ଓ କାଫେ ନିର୍ମାଣ କରାଯାଇଛି । ଆପଣଙ୍କ କେଉଁ କାର୍ଯ୍ୟକୁ ଜନତା ଅଧିକ ପସନ୍ଦ କରିବେ ବୋଲି ଭାବୁଛନ୍ତି ?

ନବରଙ୍ଗପୁର ମେଡିକାଲ କଲେଜ ଦାବି ପୂରଣ ହେବାକୁ ଯାଉଛି । ମୁଁ ନିୟମିତ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଛି। ଲୋକଙ୍କର ମୌଳିକ ସମସ୍ୟାର ସମାଧାନ କରୁଛି । ମୁଖ୍ୟମନ୍ତ୍ରୀ ଅନୁଦାନ ପାଣ୍ଠିରୁ ୨ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଇଛି। ନବରଙ୍ଗପୁର- ବିଜୟୱାଡା, ନବରଙ୍ଗପୁର-ଭୁବନେଶ୍ଵର, ଖାତିଗୁଡା- ଭୁବନେଶ୍ଵର, ନବରଙ୍ଗପୁର-ଝରିଗୁମ୍ମା-କୋଷାଗୁମୁଡାକୁ ନୂତନ ଆଧୁନିକ ଏ.ସି ବସ୍ ଚଳାଚଳ କରାଯାଇଛି।- ଆପଣଙ୍କ ନିର୍ବାଚନମଣ୍ଡଳୀରେ କେଉଁ କେଉଁ ମୌଳିକ ସମସ୍ୟା ରହିଛି ଓ ଏହାକୁ ଦୂର କରିବାରେ ଆପଣଙ୍କ ପଦକ୍ଷେପ କ’ଣ ?

କେତେକ ଦୁର୍ଗମ ଅଞ୍ଚଳକୁ ନିତିଦିନିଆ ରାସ୍ତା ନିର୍ମାଣ ପଦକ୍ଷେପ ନିଆଯାଇଛି । ବିଧାନସଭା ଅଞ୍ଚଳର ୪୦ଟି ସୌରଚନ୍ଦୀ ପାଇଁ ବିଧାୟକ ପାଣ୍ଠିରୁ କେଉଁ ସମସ୍ୟାର ସମାଧାନ ହୋଇପାରିଲେ ଆପଣଙ୍କ ଅଞ୍ଚଳର ସର୍ବାଧିକ ଜନତା ଉପକୃତ ହେବେ ବୋଲି ଭାବୁଛନ୍ତି ?

ନବରଙ୍ଗପୁର ସହରର ବାଇପାସ ରାସ୍ତା ନିର୍ମାଣ, ମକା ଓ ଚିନି କାରାଖାନା, ମକା ପ୍ରକ୍ରିୟାକରଣ ୟୁନିଟ୍ ଓ ଇଥାନଲ କାରଖାନା ନିର୍ମାଣ ହେଲେ ଏହି ଅଞ୍ଚଳର ଲୋକ ଅଧିକ ଉପକୃତ ହେବେ ।- ସରକାରୀ ଯୋଜନାଗୁଡ଼ିକର ଲାଭ ହିତାଧିକାରୀଙ୍କୁ ଶତପ୍ରତିଶତ ମିଳିପାରିଛି କି ? ଯଦି ମିଳିନି ଏ ଦିଗରେ ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ?

ସରକାରଙ୍କ ଯୋଜନାକୁ ଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚା ଯାଉଛି । ଏଥିରେ ତ୍ରୁଟି ବିଚ୍ୟୁତି ଆସିଲେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ କରାଯାଉଛି । ନିଜ ନିର୍ବାଚନମଣ୍ଡଳୀରେ ଆପଣ ବିଗତ ବର୍ଷକ ଭିତରେ କରିଥିବା କଲ୍ୟାଣମୂଳକ କାର୍ଯ୍ୟକୁ ଆପଣ ୧୦ରୁ କେତେ ଅଙ୍କ ଦେବେ?

ମୋ ନିର୍ବାଚନମଣ୍ଡଳୀରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ୧୦ରୁ ୧୦ ଅଙ୍କ ଦେବାକୁ ଚାହେଁ । ଜନତାଙ୍କ ଦୃଷ୍ଟିରେ କେଉଁ ପ୍ରସଙ୍ଗ ବା ସମସ୍ୟା ସବୁଠୁ ଗୁରୁତ୍ବପୂର୍ଣ ବୋଲି ଭାବୁଛନ୍ତି ?

ନବରଙ୍ଗପୁରରେ ପର୍ଯ୍ୟଟନର ବିକାଶ, ରେଳ ସଂଯୋଗ, କୃଷି, ଶିଳ୍ପ, ଜଳସେଚନ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବା ଏବଂ ଜିଲାର ସର୍ବ ପୁରାତନ ୫୩ ବର୍ଷ ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା॥

ଆଗାମୀ ୪ ବର୍ଷ ଲାଗି ଆପଣଙ୍କ ରଣନୀତି ଓ ଲକ୍ଷ୍ୟ ସମ୍ପର୍କରେ କହିବେ କି ?

ଜାତୀୟ ରାଜପଥ ଦ୍ଵାରା ଭାରତମାଳା ରାସ୍ତା ନିକଟରେ ଏକ ଅତ୍ୟାଧୁନିକ ବଙ୍ଗଳା ନିର୍ମାଣ, ଇନ୍ଦ୍ରାବତୀ ଜଳଭଣ୍ଡାରରେ ୧୬୫ କୋଟି ଟଙ୍କାର ପୋଲ ନିର୍ମାଣ ଓ ଲକ୍ଷାଧିକ ଚାରା ରୋପଣ କରିବାକୁ ଲକ୍ଷ୍ୟ ରହିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button