EducationOdisha

ଉଚ୍ଚଶିକ୍ଷା ପାଇଁ ପଦ୍ମିନୀଙ୍କୁ ସହାୟତା

ଜୟପୁର,20/6 : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମାରବାଇଗୁଡ଼ାର ମେଧାବୀ ଛାତ୍ରୀ ପଦ୍ମିନୀ ଖରାଙ୍କୁ ସହାୟତାରେ ହାତ ବଢ଼ାଇଛି ‘ବିପଦର ବନ୍ଧୁ ଓଡ଼ିଶା ସଂଗଠନ’ । । ପଦ୍ମିନୀଙ୍କ ସମ୍ପର୍କରେ ଜାଣିବା ପରେ ସଂଗଠନର ସ୍ବତନ୍ତ୍ର ଶାଖା ‘ମୁଁ ବି ସ୍କୁଲ୍ ଯିବି’ ପକ୍ଷରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ପଦ୍ମିନୀ ନିକଟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏବିଏଡ୍ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଠାରେ ନାଁ ଲେଖାଇବା ବେଳେ ଏହି ଅର୍ଥ ତାଙ୍କ ପାଇଁ ସହାୟକ ହେବ। ଆଗାମୀ ଦିନରେ ପଦ୍ମିନୀ ଆଇଏଏସ୍ ପାଇଁ ପ୍ରସ୍ତୁତି କରିବେ ବୋଲି କହିଛନ୍ତି। ଏହି ସମୟରେ ଆବଶ୍ୟକ ହେବାକୁ ଥିବା ସମସ୍ତ ସହଯୋଗ ଯୋଗାଇ ଦିଆଯିବ।

ମାରବାଇଗୁଡ଼ାର ଚିତ୍ରସେନ ଖରା ଏବଂ ସଞ୍ଜୁକ୍ତା ଖରାଙ୍କ ସୁକନ୍ୟା ହେଉଛନ୍ତି ପଦ୍ମିନୀ। ବାପା ୩ ବର୍ଷ ହେଲା ବ୍ରେନ୍‌ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ମା’ ସଂଯୁକ୍ତ ଓଡ଼ିଶା ଜୀବିକା ମିଶନରେ କୃଷି ମିତ୍ର ଭାବେ କାମ କରୁଛନ୍ତି। ସ୍ବଳ୍ପ ଦରମାରେ ଅଭାବ ଅନଟନ ଭିତରେ ଚଳୁଛନ୍ତି ଚାରି ପ୍ରାଣୀ କୁଟୁମ୍ବ । ଏହି ପ୍ରତିକୂଳ ପରିସ୍ଥିତିରେ ନିଜ ପରିଶ୍ରମରେ ଦଶମ ପରୀକ୍ଷାରେ ୯୫% ଏବଂ ଯୁକ୍ତଦୁଇ କଳାରେ ୯୪% ପ୍ରତିଶତ ମାର୍କ ରଖ୍ ଉତ୍ତୀର୍ଣ୍ଣ ହୋଇଛତି ପଦ୍ମିନୀ। ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ଦୁଃଖୁତ ଥିଲେ। ତାଙ୍କ ସମ୍ପର୍କରେ ମେ ୨୭ତାରିଖରେ ପ୍ରଶାସନକୁ ଗରିବ ମେଧାବୀ ଛାତ୍ରୀଙ୍କ ନିବେଦନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button