HealthOdishaPolitics

ବିପର୍ଯ୍ୟୟ ପରିଚାଳନା ଉପଲକ୍ଷେ ବୈଠକ

ନବରଙ୍ଗପୁର, 20/6 : ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକ୍ସର୍ ସାଇଜ ଏବଂ ମକଡ୍ରିଲ ବୈଠକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ କକ୍ଷ ଅନୁଷ୍ଠିତ ହୋଇଯାଇଛି | ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଏବଂ ଅପରାହ୍ନରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ ଟେବୁଲ ଟପ ଏକ୍ସରସାଇଜ ଆସନ୍ତାକାଲି ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନକୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟକୁ ସାକାର କରିବା ପାଇଁ ପ୍ରସ୍ତୁତିକୁ ସଦା ସର୍ବଦା ସଜାଗ ରହିବା ପାଇଁ ବିଭିନ୍ନ ଦିଗକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷତ ବଜ୍ରପାତ ଜନିତ ଦୁର୍ଘଟନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ, ବିଷାକ୍ତ ସାପ କାମୁଡାରେ ତ୍ବରିତ ପଦକ୍ଷେପ, ବନ୍ୟା ସମୟରେ ପୂର୍ବରୁ ଓ ପରେ ବିଭିନ୍ନ ବିଭାଗୀୟ ପଦକ୍ଷେପ, ଅଗ୍ନିଶମ,ପୋଲିସ, ସ୍ବାସ୍ଥ୍ୟ, ତହସିଲଦାର, ବିଡିଓ, ଆର୍‌ଏଣ୍ଡବି, ଆର୍‌ଡି, ଶିକ୍ଷା ବିଭାଗର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା | ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଦାୟିତ୍ଵବାନ ହେବା ସହ କିଭଳି ଧନଜନକୁ ରକ୍ଷା କରିବାରେ ଉଚିତ ପରିଚାଳନା କରିବେ ଓ କର୍ତ୍ତୃପକ୍ଷଙ୍କୁ ତତ୍‌କ୍ଷଣାତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ସେଭଳି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧.୬.୨୦୨୫ ତାରିଖରେ ନୂତନ ମଣ୍ଡେଇ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା |

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button