
ଚନ୍ଦାହାଣ୍ଡି, ୧୯/୬: ଚନ୍ଦାହାଣ୍ଡି ବ୍ଲକରେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଏବଂ ଅଘୋଷିତ ବିଦ୍ୟୁତ୍ କାଟ୍ ଯୋଗୁଁ ସ୍ଥାନୀୟ ଲୋକେ ଅନ୍ଧାରରେ ରହିବା ସହ ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛନ୍ତି ।
ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କ କୌଣସି ପ୍ରତିକ୍ରିୟା ନାହିଁ। ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖ ଦିନ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀ ସାତ ଦଫା ଦାବି ନେଇ ଧାରଣା ଦେବା ପାଇଁ ନିଷ୍ପତ୍ତ ନେଇଛନ୍ତି । ଏଥିସହ ଆଜି ବିଡିଓ ଚଇନୁ ଗଣ୍ଡ ଏବଂ ଥାନା ଆଇଆଇସିଙ୍କୁ ଭେଟି ଲିଖିତ ଅଭିଯୋଗ ଦେବା ସହ ଏହାର ଏକକିତ ନକଲ ଜିଲ୍ଲାପାଳକୁ ପେରଣ କରିଛନ୍ତି। ଏପରିକି ଦାବି ପୂରଣ ନ ହେବା ଯାଏ ଧାରଣାରୁ ହଟିବେ ନାହିଁ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।