
୨୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ଭେଟି ଦେବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର:29/6 ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ଏହି ଅବସରରେ ସେ ୨୭୫୦ କୋଟିରୁ ଅଧିକ ମୂଲ୍ୟର ଯୋଜନା ଗୁଡ଼ିକର ଶିଳାନ୍ୟାସ, ଭବଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମ ‘ବିକଶିତ ଭାରତ- ବିକଶିତ ଓଡ଼ିଶା’ ସଂକଛକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ । ୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଇଛି ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍କତମ ରେଳ ସେକ୍ସ ନରେ ଟ୍ରାଫିକ ଭାର ହ୍ରାସ କରିବ,ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ । ଏହା ସହିତ, ପ୍ରଧାନମନ୍ତ୍ରୀ ସୋନପୂର- ପୂରୁ ଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ବା ନୂଚନ ରେଳ ଲାଇନର ଉଦ୍ଘାଟନ କରିବେ । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ । ଏହାର ନିର୍ମାଣ ସହିତ, ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଇଛି । ଏହି ଅଞ୍ଚଳ ଏବେ ଭାରତର ରେଳ ମାନଚିତ୍ରରେ ଅନ୍ତର୍ପୂର ହେବ, ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୂରୁଣା ସଫ୍ଟ ପୂରଣ କରିବାକୁ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ନୂତନ ରେଳ ସେବାର ଶୁଭାରମ୍ଭ କରିବେ। ନୂଚନ ଟ୍ରେନ୍ ସେବା ସହିତ ବୌଦ୍ଧ ଜିଲ୍ଲାର ଅଞ୍ଚଳଗୁଡ଼ିକ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ଵର ସହିତ ସୁଲଲ ଏବଂ ୧୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୋନପୁର-ପୁରୁଣାକଟକ ନୂତନ ରେଳ ଲାଇନର ଉଦଘାଟନ କରିବେ ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବ ଯାଇଛି । ଏହା ସହିତ, ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ। ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣାକଟକ ମଧ୍ୟରେ ନୂତନ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଇଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜଦୂର ସୁବିଧାଜନକ ରେଳ ସେବା ପାଇବେ ।
ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ବିକାଶ ଅଭୂତପୂର୍ବ ଗତି ହାସଲ କରିଛି । ରାଜ୍ୟରେ ରେଳ ନେଟୱାର୍କକୁ ୧୦୦ ପ୍ରତିଶତ ବିଦ୍ୟୁଚୀକରଣ କରାଯାଇଛି ଏବଂ ରାଜ୍ୟର ୫୯ଟି ଷ୍ଟେସନକୁ ଆଧୁନିକ ସୁବିଧା ସହିତ ସଜ୍ଜିତ କରି ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଇଛି ।