
ନବରଙ୍ଗପୁର, ୧୮/୬: ରାଜ୍ୟରେ ଝାଡ଼ାବାନ୍ତି ବଢୁଥିବା ଆଶଙ୍କାକୁ ନେଇ ତତ୍ପରତା ଦେଖାଯାଇଛି । ବର୍ତମାନ ଏହା ଗୋଟିଏ ପରେ ଗୋଟିଏ ଜିଲ୍ଲାରେକ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। । ଏହାକୁ ଦୃଷ୍ଟିରେ ରଖ୍ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ନେବା ସହ ତତ୍ପର ହୋଇଛି । ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ନବ କିଶୋର ବେହେରାଙ୍କ ନେତୃତ୍ବରେ ଖାଦ୍ୟ ସୁରକ୍ଷା ଟିମ । ପକ୍ଷରୁ ସହରର ବିଭିନ ହୋଟେଲ ଗୁଡିକ । ଉପରେ ଚଢ଼ାଉ କରାଯାଇଛି। ସେଠାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଦ୍ଵାରା ପରୀକ୍ଷା କରାଯାଇଥିଲା ସହରରେ ଥିବା ୬ଟି ହୋଟେଲରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ଅପମିଶ୍ରିତ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ସହ ବିନା ଲାଇସେନ୍ସରେ ବିକ୍ରି କରୁଥିବାରୁ ଚାମୁରିଆଗଡା କେରଲା ହୋଟେଲକୁ
ମାନସିଲ୍ ସହ ଜରିମାନା ଆଦ ବୋଲି ଚେତାବନୀ ଦିଆଯାଇଥିଲା ସଚେତନ ରହିବା ସହ ଲୋକଙ୍କୁ ଠିକ୍ କରାଯାଇଛି। ଏଥିସହ କେତେକ | ହୋଟେରେ ଅପରିଷ୍କାର ପରିବେଶରେ ରୋଷେଇ ରୋଷେଇ ଓ ଖାଦ୍ୟର ମାନ ଖରାପ ଥିବାରୁ । ବ୍ୟବସାୟୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। କେତେକ ଦୋକାନରେ ଏକ ପ୍ୟାରୀ ହୋଇଥିବା ଖାଦ୍ୟ ଫୁଡ ପ୍ୟାକେଟ ଓ ଅସ୍ବାସ୍ଥ୍ୟକର ପରିବେଶକୁ ଦେଖୁ ଟିମ ସଦସ୍ୟ ବିରକ୍ତି ପ୍ରକାଶ କରିବା ସହ ଏପରି ସାମଗ୍ରୀ ନ ରଖିବା ପାଇଁ ତାଗିଦ୍ କରିଥିଲେ । ଆଗାମୀ ଦିନରେ ପୁଣି ଚଢ଼ାଉ କରାଯିବ ବୋଲି କୁହାଯାଉଛି। ଯଦି ଏହିଭଳି ଅସ୍ୱାସ୍ଥ୍ୟକର ପରିସ୍ଥିତି ଦେଖାଯାଏ ତା’ ହେଲେ ଦୋକାନ ଜରିମାନା ଆଦାୟ କରାଯିବ – ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧୁକାରୀ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲଗୁଡ଼ିକୁ ବାସ ଖାଦ୍ୟ ଲୋକଙ୍କୁ ସିଲ ନ ଦେବାକୁ କଡା ନିର୍ଦ୍ଦେଶ
ଦିଆଯାଇଥିଲା । ପ୍ରତ୍ୟେକ ହୋଟେଲର ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଦୂଷିତ ପାଣିରେ । ଯେପରି ଖାଦ୍ୟ ରନ୍ଧା ନ ଜୀବ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । । ଏହି ଯାଞ୍ଚ ବେଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧକାରୀ ଅଗୁଣ ମହାରଣା, ଜିଲ୍ଲା ଜୀବ ବିଶେଷଜ୍ଞ ରାଜ ଦତ୍ତ ଯୋଗ
ଦେଇଥ୍ ଲେ । ଜିଲ୍ଲାରେ ହଇଜା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସଚେତନତା ବୃଦ୍ଧି ପାଇଁ ଏଭଳି ଚଢ଼ାଉ ଓ ଯାଞ୍ଚ ଜାରି ରହିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା ସୂଚନା ଦେଇଛନ୍ତି ।