OdishaPolitics

ରାସନ୍ କାର୍ଡରେ ନାଁ ଯୋଡ଼ିବା ପାଇଁ ଠେଲାପେଲା ପଞ୍ଚାୟତସ୍ତରୀୟ କ୍ୟାମ୍ପ୍ ପାଇଁ ଦାବି

ବୈପାରୀଗୁଡ଼ା, ୧୮।୬ : ରାସନ୍ କାର୍ଡରେ ନୂଆ ନାମ ଯୋଡିବା ପାଇଁ ହନ୍ତସନ୍ତ ହିତାକାରୀ । ଏଣୁ ପଞ୍ଚାୟସ୍ତରୀୟ କ୍ୟାମ୍ପ୍ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଯୋଗାଣ ବିଭାଗକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୈପାରୀଗୁଡା ବ୍ଲକ କର୍ଯ୍ୟାଳୟ ପରିସରରେ ଯୋଗାଣ ବିଭାଗ ଅଧିକରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଦାବି ଅନୁଯାୟୀ, ରାସନ୍ କାର୍ଡରେ ନୂଆ ନାଁ ଯୋଡିବା ପାଇଁ ବ୍ଲକର 90 ପଞ୍ଚା ଞ୍ଚାୟତରୁ ଲୋକେ ଆସୁଛନ୍ତି । ଛୋଟ ଛୁଆ ଠାରୁ ବୟସ୍କ ମହିଳା ପୁରୁଷ ଘଣ୍ଟା ଘଣ୍ଟା ผดิ ଜଗିବସିଛନ୍ତି । ଏମିତିକି ଠେଲାପେଲା ପରିସ୍ଥି ସ୍ଥିତି ମଧ୍ଯ । ଉପୁଜୁଛି। ବ୍ଲକ କାର୍ଯ୍ୟାଳୟ ପରିସରରେ ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି। କିଏ ବ୍ଲକ ମୁଖ୍ୟାଳୟରୁ ୮୦ କିଲୋମିଟର ଦୂର ତେନ୍ତୁ ତନ୍ତୁଳିଗୁମ୍ମାରୁ ରୁ ଆସୁଛି ତ ଆଉ କିଏ ୪୦ କିଲୋମିଟର ଦୂର ନଦୀନାଳ ପାହାଡିଆ ଅଞ୍ଚଳରୁ ଆସି ହନ୍ତସନ୍ତ ହେଉଛନ୍ତି। ବ୍ଳକର ୨୦ଟି ପଞ୍ଚାୟତବାସୀ ଏକା ସାଙ୍ଗରେ ଆସି ଯୋଗାଣ ନିରୀକ୍ଷଙ୍କ ନିକଟରେ ଭିଡ କରୁଛନ୍ତି। ହେଲେ ଏହି ଭିଡ଼କୁ ନିୟନ୍ତ୍ରଣ କରିପାରୁନାହାନ୍ତି ଅଧିକାରୀ। ଏଥିପାଇଁ ପଞ୍ଚାୟନ୍ତ୍ର ପଞ୍ଚାୟସ୍ତରୀୟ | କ୍ୟାମ୍ପ୍ କରିବା ସହ ସ ରାସନ କାର୍ଡ ନେଇ ହିତାକାରୀଙ୍କ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button