EducationOdishaPolitics

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କେନ୍ଦ୍ରାପଡ଼ା କଲେଜ ପୁରାତନ ଛାତ୍ରସଂସଦ ପକ୍ଷରୁ ସ୍ମାରକପତ୍ର

କେନ୍ଦ୍ରାପଡ଼ା, ୧୮/୬ : କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ଦଳ ବୁଧବାର ଜିଲ୍ଲା ପ୍ରଦକ୍ଷଣ ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା କଲେଜକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଓ କଲେଜ୍ ଜମିର ସୁରକ୍ଷା ପାଇଁ ପ୍ରତିନିଧି ଦଳ ଦାବି କରିଥିଲେ। ରାଜ୍ୟ ସରକାର ପ୍ରଥମେ ଏହି କଲେଜ୍‌କୁ ସରକାରୀ ଶିକ୍ଷାନୁଷ୍ଠାନରେ ପରିଣତ କରିବେ ବୋଲି ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରକାଶ କରିଥିଲେ। ଛାତ୍ର ସଂସଦ ସଭାପତି ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ାଙ୍କ ପରାମର୍ଶକ୍ରମେ

ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ଦାସ ଓ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରିଣୀ ସଭ୍ୟ ଚିତ୍ତରଞ୍ଜନ ଦାସ ପ୍ରତିନିଧି ଦଳରେ ଯାଇ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ |

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button