BusinessOdishaPolitics

ବାଧ୍ୟତାମୂଳକ ଇ-ସେବାରେ ପଛୁଆ

ଭୁବନେଶ୍ୱର, ୧୮/୬: ନାଗରିକମାନଙ୍କୁ ୫୬ଟି ସେବାକୁ ବାଧ୍ୟତାମୂଳକ ଭାବେ ଅନ୍‌ଲାଇନ୍ ବେଳେ ଓଡ଼ିଶା ମାତ୍ର ୨୫ଟି ସେବା ପ୍ରଦାନ କରୁଛି। ଲେବଲ୍‌ (ପରିପୃଷ୍ଠତା ସ୍ତର) ଫଳରେ ଏକ୍ଷେତ୍ରରେ ରାଜ୍ୟର ସାଚୁରେସନ୍ ४४.१४ ପ୍ରତିଶତ ରହିଛି। ଗୁଜରାଟ, ତାମିଲନାଡୁ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ, ହିମାଚଳପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟ ସମସ୍ତ ୫୬ଟି ସେବାକୁ ବାଧ୍ୟତାମୂଳକ ଇ-ସେବା ଅଧୀନରେ ଅନ୍ତର୍ଭୁକ୍ତ କରିଛନ୍ତି। କିନ୍ତୁ, ଏକକ ଏକୀକୃତ ପୋର୍ଟାଲ୍ କ୍ଷେତ୍ରରେ ଓଡ଼ିଶାର ‘ଓଡ଼ିଶା ୱାନ୍’ ୪୦୪ ସେବା ସହିତ ଶତ ପ୍ରତିଶତ ସାଚୁରେସନ୍ ସ୍ତର ହାସଲ କରିପାରିଛି। ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ও ସାର୍ବଜନୀନ ଅଭିଯୋଗ (ଡିଏଆର୍‌ଜିପି) ବିଭାଗର ୨୪ତମ ଜାତୀୟ ଇ-ଗଭର୍ଣ୍ଣାସ୍ ସେବା ପ୍ରଦାନ ଅନୁଶୀଳନ (ଏନ୍‌ଇଏସ୍‌ଡିଏ)ର ୨୪ତମ ମାସିକିଆ ରିପୋର୍ଟରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ନୂତନ ଭାବେ ଆରମ୍ଭ କରାଯାଇଥିବା ୫ ବାଧ୍ୟତାମୂଳକ ସେବାକୁ ଏନ୍‌ଇଏସ୍‌ଡିଏ ୱେ ଫର୍‌ଓ୍ବାର୍ଡ ଡ୍ୟାସ୍‌ବୋର୍ଡର ୫୬ରୁ ମିଳୁଛି ବାଧ୍ୟତାମୂଳକ ତାଲିକାରେ ସାମିଲ କରିବାକୁ ରାଜ୍ୟ କରିଛନ୍ତି| ସେହି ସେବାଗୁଡ଼ିକ ହେଉଛି ସରକାରୀ ସଚିବ ଶ୍ରୀନିବାସ ମିଶ୍ର ସମସ୍ତ ବିଭାଗକୁ ଅବଗତ ଚାକିରି ପାଇଁ ଆବେଦନ, ଟ୍ରାଫିକ୍ ଉଲଂଘନର ଅନ୍‌ଲାଇନ୍ ଦେୟ ପ୍ରଦାନ, ଅନ୍‌ଲାଇନ୍ ଏତଲା ପଞ୍ଜୀକରଣ, ଅନ୍‌ଲାଇନ୍ ଅଭିଯୋଗ ପରିଚାଳନା ଏବଂ ଅନଲାଇନ୍ ଜମି| ସମ୍ପତ୍ତ ପଞ୍ଜୀକରଣ ଇ-ସେବାରେ ୧୦୦ ପ୍ରତିଶତ ସାଚୁରେସନ୍ ସ୍ତର ହାସଲ କରିବା ପ୍ରତି ଧ୍ୟାନ ଦେବାକୁ ବିଭାଗଗୁଡ଼ିକୁ କୁହାଯାଇଛି।

ସାମିଲ ହେବ ସରକାରୀ ଚାକିରି ଆବେଦନ ଅନ୍‌ଲାଇନ୍ ଟ୍ରାଫିକ୍ ଉଲଂଘନ ଦେୟ ଅନ୍‌ଲାଇନ୍ ଏତଲା ପଞ୍ଜୀକରଣ ଅନ୍‌ଲାଇନ୍ ଅଭିଯୋଗ ପରିଚାଳନା ଅନ୍‌ଲାଇନ୍ ଜମି | ସମ୍ପତ୍ତା ପଞ୍ଜୀକରଣ ୨୦,୬୩୮ଟି ସୂଚନ ଅନୁସାରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଇ-ସେବା ପ୍ରଦାନ କରୁଛନ୍ତି। କର୍ଣ୍ଣାଟକ ସର୍ବାଧିକ ୨୦୮୯ଟି ଇ-ସେବା ଯୋଗାଉଛି! ଇ-ସେବାରେ ସର୍ବାଧିକ ସ୍ଥାନୀୟ ପ୍ରଶାସନ ଓ ୟୁଟିଲିଟି ସେବା ଯୋଗାଇ ଦିଆଯାଉଛି। ସମସ୍ତ ଇ-ସେବାରେ ସାଚୁରେସନ୍ ସ୍ତର ହାସଲ କରିବା ଉପରେ ଧ୍ୟାନ ଦେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଏଥି ସହିତ ନିଜ ନିଜର ଏକକ ଏକୀକୃତ ସେବା ପ୍ରଦାନ ପୋର୍ଟାଲ୍‌କୁ ଆହୁରି ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button