BusinessOdisha

ଖବର ପ୍ରସାରଣର ୧୨ ଦିନପରେ ରାଇଘର ଦୈନିକ ବଜାର ମଇଳା ସଫାକଲା ପ୍ରଶାସନ

ରାଇଘର ୧୯/୦୬:ଖବର ପ୍ରସାରଣର ୧୨ ଦିନ ପରେ ରାଇଘର ଦୈନିକ ବଜାରରେ କୁଢ଼ କୁଢ଼ ଆବର୍ଜନା ଉପରେ ପ୍ରଶ୍ନ ଶାସନର ନଜର ପଡିଲା ସଫା ହେଲା ମଇଳା। ସୂଚନାଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ପ୍ରତି ରବିବାର ସାପ୍ତାହିକ ହାଟ ବସୁଥିବା ବେଳେ ଏହି ହାଟରେ ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଦୋକାନ ନେଇ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ ଏହି ପରିବା ହାଟ ଅଳିଆ ଆବର୍ଜନା ଦୁର୍ଗନ୍ଧମୟ ପରିବେଶ କାରଣ ୪ ମାସ ହେଲା ପରି ବାହାଟ ସଫା ହେଉନଥିବାବେଳେ ଏହି ବିଷୟରେ ବଜାରକୁ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କୁ ବ୍ୟବସାୟୀ ମାନେ ବାରମ୍ବାର ସଫା କରିବାକୁ କହିଲେ ଲେ ମଧ୍ୟ ସଫା କରୁନଥିବାର ଅଭିଯୋଗ କଲେ। ସେହିପରି ସ୍ଥାନୀୟ ରାଇଘର ସରପଞ୍ଚଙ୍କୁ ମଧ୍ୟ

ବ୍ୟବସାୟୀମାନେ ଅଭିଯୋଗ କଲେ ମଧ୍ୟ ଫଳ ଶୂନ । କାମ କିଛି ହେଇନି ।

ଫଳରେ ବ୍ୟବସାୟୀମାନେ ବିରୋଧ କରିଥିଲେ । ସ୍ଥାନୀୟ ଆଖ ପାଖ ଅଂଚଳର ଦୋକାନୀ ଏବଂ ଛଭିଶଗଡ଼ ରୁ ଆସୁଥିବା ଦୋକାନୀମାନେ ବିରୋଧ ପ୍ରଦର୍ଶନ ର୍ଶନ କରି ସାମ୍ବାଦିକା ମାମନି ଚକ୍ରବର୍ତ୍ତୀଙ୍କୁ ଡାକି ଖବର ପରିବେଷଣ ପାଇଁ କ କହିଥିଲେ। ପରେ ଏହିଖବର ପ୍ରସାରଣ ହେବାପରେ ସମାଜସେବୀ ଦୁଃଖବନ୍ଧୁ ବିଶ୍ଵାଳ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିବାର ୧୨ ଦିନ ପରେ ଆଜି ରାଇଘର ପରିବା ବା ବଜାର ସଫା କରେଇଛି। ଜେସିବି ଗାଡି ଏବଂ ଟ୍ରାକ୍ଟର ଲଗେଇ ଦୈନିକ ପରିବା ବଜାରକୁ ସଫା କରାଉଛି

ପ୍ରଶାସନ। ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ଖୁସି ଦେଖୁବାକୁ ମିଳିଛି ଏବଂ ବ୍ୟବସାୟୀ ବିପ୍ଳବ ବାରୋଇ, ମନୋହର ସାହା, ଧର୍ମେନ୍ଦ୍ର ସାହା, ବିଶ୍ୱ ନାଥ ଗଣ୍ଡ, ବାସୁଦେବ କର୍ମକାର, ଧନମତି ଗଣ୍ଡ, ତନମା ଗଣ୍ଡ, ମ ମନୋଜ ସାହା, ନାରାୟଣ ସାହା, ସାବତି ହରିଜନ, ସୁଯୋନ ବିଶ୍ଵାସ, ଗଣପତି ପଦ୍ଧାର, ଶୁକ ରାୟ, ଅସୀମ ବିଶ୍ଵାସ, ସୁରେଶ ଗାଇନ, ସୁରୋଜ ହାଳ ହାଲଦାର, ପିଜୁଶ ରାୟ, ନାରାୟଣ ସାହୁ, ଗଲୁ ସାହୁ, ଜଗଦିଷ ସାହୁ, ହରଲାଲ ଳି, ମେଘନାଥ ହାଲଦାରଙ୍କ ସମେତ ସମସ୍ତ ବ୍ୟବସାୟୀମାନେ ପ୍ରଶାସନଙ୍କୁ ଧନ୍ୟବାଦ ଜଣେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button