Sports

ୟୁଟ୍ୟୁବ୍‌ରୁ ତାଲିମ ନେଇ ଜାତୀୟ କ୍ରୀଡ଼ାବିତ୍ କିକ୍ ବକ୍ସିରେ ଉମରକୋଟର ଉବେଦ୍‌ଙ୍କୁ ରୌପ୍ୟ ପଦକ

ଉମରକୋଟ,18/6: ଉମରକୋଟ ସହର ସେନ୍ତୋଷୀ ନଗରର ୧୭ ବର୍ଷୀୟ ମହମ୍ମଦ ଉବେଦ୍ ହିଙ୍ଗୋର ଜାତୀୟସ୍ତର କିକ୍ ବକ୍ସି ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ସୁନାମ ଥିବା ଏମ୍‌ଡି ବିଶ୍ବବିଦ୍ୟାଳୟରେ ଆୟୋଜିତ ଷଷ୍ଠ ଜାତୀୟସ୍ତର କିକ୍ ବକ୍ସି ପ୍ରତିଯୋଗିତାରେ ଉବେଦ୍ ରୌପ୍ୟ ପଦକ ହାସଲ କରିଛନ୍ତି। ୨୩ ବର୍ଷରୁ କମ୍ ବୟସ୍କ ପାଇଁ ଉଦ୍ଧିଷ୍ଟ ଏହି ପ୍ରତିଯୋଗିତାରେ ସମଗ୍ର ଭାରତରୁ ୮୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଏଥି ମଧ୍ୟରେ ଓଡ଼ିଶାରୁ ୧୭ ଜଣ ରହିଥିଲେ। ଓଡ଼ିଶାରୁ ୫ଜଣ କ୍ରୀଡ଼ାବିତ ରୌପ୍ୟ ପଦକ ହାସଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଉବେଦ ଅନ୍ୟତମ ଉବେଦ ବର୍ତ୍ତମାନ ଉମରକୋଟସ୍ଥିତ ଗୁରୁକୃପା ପବ୍ଲିକ୍ ସ୍କୁଲରେ ଯୁକ୍ତ ୨ରେ ପଢୁଛନ୍ତି। ଯଦି ସ୍ବର୍ଣ୍ଣ ପଦକ

ଆଣିଛନ୍ତି । ହରିୟାନାର ରତକଠାରେ

ହାସଲ କରିଥାନ୍ତେ ତେବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ପାରିଥାଆନ୍ତେ ବୋଲି ଉବେଦ କହିଛନ୍ତି। ଆହୁରି ଅଧିକ ପରିଶ୍ରମ କରି ସ୍ଵର୍ଣ୍ଣ ପଦକ ହାସଲ କରି ଅନ୍ତର୍ଜାତୀସ୍ତରରେ SPORTS ଅଂଶଗ୍ରହଣ କରିବା ତାଙ୍କ ଲକ୍ଷ୍ୟ ବୋଲି ଉବେଦ୍ କହିଛନ୍ତି। ଉମରକୋଟରେ କିକ୍ ବକ୍ସି ତାଲିମ ଦେବା ପାଇଁ କୋଚ୍ । ନଥିବାରୁ ନିଜ ମୋବାଇଲ ଯୋଗେ ୟୁଟ୍ୟୁ ଟ୍ୟୁବ୍‌ରେ ଶିକ୍ଷା ଗ୍ରହଣ କରି ଜାତୀୟସ୍ତରର କ୍ରୀଡ଼ାବିତ ହେବାରେ ସଫଳ ହୋଇଛନ୍ତି। ଉଚେ ବେଦଙ୍କୁ ଯଦି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଏ ତେ ତବେ ସେ ଓଡ଼ିଶାର ଉନ୍ନତ ଖେଳ ପ୍ରଦର୍ଶନ କରି ଓଡ଼ି ସୁନାମ ଅର୍ଜନ କରିପାରିଥାନ୍ତେ ବୋଲି କ୍ରୀଡ଼ାବିତ୍ ମହଲରେ ମତ ପ୍ରକ ପ୍ରକାଶ ପାଇଛି। ମହମ୍ମଦ ଆନିସ ହିଙ୍ଗୋର ଓ ୟାସମିନ୍ ବାନୋଙ୍କ ପୁତ୍ର ଅଟନ୍ତି ଉବେଦ୍। ଏ ଏଭଳି ସଫଳତା ପରେ ଉବେଦ୍‌ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button