HealthOdisha

କ୍ୟାନ୍‌ସର ପୀଡ଼ିତାଙ୍କ ଚିକିତ୍ସାରେ ଅର୍ଥ ବାଧକ

ନନ୍ଦପୁର, ୧୮/୬ : ଯୋଗାଣ ବିଭାଗ ପକ୍ଷରୁ ଗୋଟିଏ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାର ପଡ଼ିକାର୍ଡ ମିଳିଛି। କିନ୍ତୁ ପୂର୍ବ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ( ବିଏସ୍କେୱାଇ) କିମ୍ବା କେନ୍ଦ୍ରୀୟ ଆୟୁଷ୍ମାନ କାର୍ଡ ମିଳି ନ ଥିବାରୁ ଜଣେ କ୍ୟାନ୍‌ସର ପୀଡ଼ିତା ନାବାଳିକଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଧୀନ କୁଲାବୀର ପଞ୍ଚାୟତ ସଦର ମହକୁମାର ବୁଦୁରାମ ଡଙ୍ଗାୟତଙ୍କ ଝିଅ ପ୍ରିୟଙ୍କା (୧୫) କ୍ୟାନ୍‌ସରରେ ପୀଡ଼ିତ ଥିବା ବେଳେ ଉଚ୍ଚ ଚିକିତ୍ସା ପାଇଁ ପରିବାର ହଇରାଣ ହେଉଛନ୍ତି। ବୁଦୁରାମ ଝିଅର ଚିକିତ୍ସା ପାଇଁ ୨ ଗାଈ, ୨ ମଇଁଷି ଓ ସୁନା ଅଳଙ୍କାର ବିକ୍ରି କରିବା ସହ ଧାରଉଧାର ମଧ୍ୟ କରିଛନ୍ତି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଚିକିତ୍ସା ନେଇ ତାଙ୍କ ନିକଟରେ ଅନ୍ୟ କୌଣସି ସମ୍ବଳ ନ ଥୁବା ମା’ ବିଜୟଲକ୍ଷ୍ମୀ କହିଛନ୍ତି। ପ୍ରିୟଙ୍କା ବିଶାଖାପାଟଣା ଏନ୍‌ସିଜି କ୍ୟାନ୍‌ସର ସେଣ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସପ୍ତାହକୁ ପ୍ରାୟ ୧୨ ହଜାର ଟଙ୍କା ଖର୍ଚ୍ଚ ହେଉଥ‌ିବା ବେଳେ ସ୍ବାସ୍ଥ୍ୟ କାର୍ଡ ଥିଲେ ଚିକିତ୍ସାରେ ସହାୟକ ହୋଇଥାନ୍ତା ବୋଲି ବୁଦୁରାମ କହିଛନ୍ତି। କିନ୍ତୁ ଏଯାଏ ତାଙ୍କୁ ବିଏସ୍କେୱାଇ କିମ୍ବା ଆୟୁଷ୍ମାନ୍ କାର୍ଡ ମିଳିନାହିଁ। ବ୍ଲକ ଜିଲା ଓ ରାଜ୍ୟ ପ୍ରଶାସନ ସେମାନଙ୍କ ଅସୁବିଧା ବୁଝି ଝିଅଙ୍କ ଚିକିତ୍ସାରେ ସହାୟତା ଦେବାକୁ ସେ କହିଛନ୍ତି I ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

୨୦୧୧୧୩୧୧୦୯୪ କ୍ରମାଙ୍ ବିଶିଷ୍ଟ ପଡିକାର୍ଡ ପ୍ରଦାନ କରାଯାଇଛି। କିଛି କୌଣସି ମଧ୍ୟ ସ୍ବାସ୍ଥ୍ୟକାର୍ଡ ନ ଥିବାରୁ ପ୍ରିୟଙ୍କାଙ୍କ ବ୍ୟୟବହୁଳ ଚିକିତ୍ସାରେ ସରକାରୀ ସୁବିଧା ପାଇପାରୁ ନାହାନ୍ତି। ବୁଦୁରାମଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ବ୍ଲକ୍ ସାମାଜିକ ସମୀକ୍ଷା ବିଭାଗ ପାଇଁ କୁଲାବୀର ପଞ୍ଚାୟତର ବିଆର୍‌ପି ଭାବେ କାର୍ଯ୍ୟ କରନ୍ତି I ବୁଦୁରାମ ଗାଈ ମଇଁଷି ରଖ୍ କ୍ଷୀର ବିକ୍ରି କରନ୍ତି I ଉଭୟଙ୍କ ରୋଜଗାର ସ୍କଳ୍ପ ଥିବା ବେଳେ ଝିଅ ପ୍ରିୟଙ୍କାଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥ‌ିବା କହିଛନ୍ତି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା, ସ୍ବାସ୍ଥ୍ୟକାର୍ଡ ବଣ୍ଟନ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକ ଜନସନ ବୁରୁ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଦୁବରାଜ ମୁର୍ମୁ ପ୍ରମୁଖଙ୍କୁ ପଚାରିବାରୁ ରାଶନକାର୍ଡ ଥାଇ ପୁରୁଣା ସ୍ବାସ୍ଥ୍ୟକାର୍ଡ ନ ମିଳିବା ଘଟଣାର ତଦନ୍ତ କରାଯିବ। ପରିବାରକୁ ନୂତନ ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରା‌ଯିବ । ଅଧୁକ ସହାୟତା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button