EducationOdisha

ବିଇଡି କଲେଜ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ବ ଗ୍ରହଣ

ଭଞ୍ଜନଗର,୧୮/୬ : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସହକାରୀ ପ୍ରଫେସର ଡ.ଦିଲ୍ଲିପ୍ କୁମର ଖୁଣ୍ଟିଆ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଠାରେ କାର୍ଯ୍ୟରତ ଡ.ବିମଳ ଚରଣ ସ୍ବାଇଁ ଗତମାସରେ ଅବସର ଗ୍ରହଣ କରିଥିବାରୁ ଶ୍ରୀ ଖୁଣ୍ଟିଆ ନୂତନ ଅଧ୍ୟକ୍ଷ ତଥା ଡିଡିଓ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଉକ୍ତ ଅନୁଷ୍ଠାନରେ ପୂର୍ବରୁ ମଧ୍ୟ ୨ ଥର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ। ଆଗାମୀ ଦିନରେ ଶିକ୍ଷାନୁଷ୍ଠାନରେ ଶିକ୍ଷାର ଉନ୍ନତି ସହ ଗୁଣାତ୍ମକ ଶିକ୍ଷା ସହ ଗୁରୁ ଶିକ୍ଷକ ମାନଙ୍କୁ ଏକ ସ୍ବୟଂ ସଂପୂର୍ଣ୍ଣ ବ୍ୟକ୍ତି ଭାବେ ଗଢି ତୋଳିବା ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ଖୁଣ୍ଟିଆ ଦାୟିତ୍ବ ଗ୍ରହଣ କରିବା ପରେ ସହକାରୀ ପ୍ରଫେସର ଡ.ରଞ୍ଜନ କୁମାର ନାୟକ,ଅମିତ୍ ମିଶାଲ୍,କେ ପ୍ରକାଶ ରେଡ୍ଡି,ସସ୍ମିତା ବେହେରା,ସତ୍ୟବାଦୀ ମାର୍ଥା,ଶ୍ରୀହର୍ସ ବାର୍ଲା,ପ୍ରକାଶ କୁମାର ସାହୁ,ବୃନ୍ଦାବନ ପାଣି,ସେକ୍ସସନ୍ ଅଧିକାରୀ ଜ୍ୟୋତ୍ସା କର, ମାନସ ସାଗର ବେହେରା,ଏମ୍ ରମେଶ କୁମାର,ଅକ୍ଷୟ ସାହୁ,ସୀମାଞ୍ଚଳ ପ୍ରଧାନ,ରଙ୍କନିଧି ସାହୁ ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button