HealthNationOdishaPolitics

ଆମ୍ବୁଲାକ୍ସ ସେବା , ପଞ୍ଚାୟତକୁ ଯିବ ତହସିଲ

ଭୁବନେଶ୍ଵର,୧୭/୬: ଲୋକଙ୍କୁ ହାତ ପାଆନ୍ତାରେ ମିଳିବ ରାଜସ୍ବ ସେବା। ତହସିଲ ଅଫିସକୁ ନ ଆସି ନିଜ ଗାଁରେ ଲୋକ ପାଇପାରିବେ ସେବା। ପ୍ରତି ପଞ୍ଚାୟତରେ ତହସିଲ ସେବା ଉପଲ ଲବ୍ଧ ହେବ। ଏଥିପାଇଁ ‘ମୋ ପଞ୍ଚାୟତ ମୋ ତହସିଲ ବ୍ୟବସ୍ଥାର ଶୁ ଭାରମ୍ଭ କରିବାକୁ ଯାଉଛତି ସରକାର। ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିଭଳି ଅନଲାଇନ୍‌ରେ ଏଣିକି ଅମ୍ବୁଲାନ୍ସ ସେବା ଉପଲବ୍ଧ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

ଜମି କିସମ କମିବ, ମାଲିକାନା ନିୟମରେ ହେବ ସଂଶୋଧନ

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗାଁରେ ଲୋକଙ୍କ ଉପସ୍ଥିତିରେ ଜମିଜମା ସମସ୍ୟାର ସମାଧାନ କରିବା ଉପରେ ଲୋକଙ୍କ ସରକାର ଜୋର୍ ଦେଉଛି। ସେହିଭଳି ବ୍ରିଟିଶ ଅମଳର ଜମି କିସମକୁ କମାଇ ସରକାର ୨୭ଟି କିସମରେ ସୀମିତ ରଖୁବାକୁ ନିଷ୍ପରି ନେଇଛନ୍ତି। ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ମୋ ପଞ୍ଚାୟତ ମୋ ତହସିଲ କାର୍ଯ୍ୟକ୍ରମରେ ପ୍ରତି ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ । ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ। ଲୋକଙ୍କ ସମସ୍ୟାର ସମାଧାନ ସ‌ହ ସରକାରୀ

ରାଜସ୍ବ ସେବା ଯୋଗାଇବେ। ଏଣିକି ମୋବାଇଲରେ ମଧ୍ୟ ୧୮ଟି ରାଜସ୍ବ ସୁବିଧା ମିଳିବ । ଲୋକମାନେ ହଇରାଣ ହରକତ ହୋଇ ସମୟ କାଢ଼ି, ଖର୍ଚ୍ଚାନ୍ତ ହୋଇ ତହସିଲ ଅଫିସ ଧାଇଁବାକୁ ହେବନି। ତଇଳା, ପାଳ, ଘରବାରି, ବଗାୟତ ଭଳି ରାଜ୍ୟରେ ୭ହଜାର ଜମି କିସମ ପ୍ରଚଳନ ରହିଛି। ଜମିର ଏଭଳି କିସମକୁ ନେଇ ସାଧାରଣ ଲୋକ ଦ୍ବନ୍ଦ୍ବରେ ପଡୁଛନ୍ତି। ବ୍ରିଟିଶ ଅମଳରୁ ଚାଲି ଆସିଥିବା ଆଇନରେ ସଂସ୍କାର ଆଣିବେ ସରକାର। ୭ ହଜାର ଜମି କିସମକୁ କମାଇ ୨୭ଟି କିସମରେ ସୀମିତ ରଖାଯିବ। ସେହିଭଳି ଜମି ସ୍ବତ୍ୱ ବା ମାଲିକାନାରେ ମଧ୍ୟ ପରିବର୍ତ୍ତନ ହେବ। ରାଜସ୍ବ ଆଇନରେ ୩୦୦୦ ସ୍ୱତ୍ଵ ବା ମାଲିଜାନାକୁ ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ବିଭାଗ ନିଷ୍ପତି ନେଇଛି। ରାଜସ୍ତ ବିଭାଗ ସମସ୍ତ କ୍ଷେତ୍ରରେ ନୂଆ ସଂସ୍କାର ଆଣୁଛି । ଯେଉଁ ଆଇନର ଆବଶ୍ୟକ‌ତା ନାହିଁ ତାକୁ ଉଚ୍ଛେଦ ସହ ଆଇନରେ ସଂଶୋଧନ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ଓଡ଼ିଶା ଯାତ୍ରୀ ଆପ୍‌ରେ ଯେଡ଼ିହେବ ଆମ୍ବୁଲାନ୍ସ ସେବା। ସରକାରୀ ଓ ଘରୋଇ ଅମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରା ସହ ଯେଡ଼ି ହେବେ । ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟମାନେ ଅନ୍‌ଲାଇନରେ ଆମ୍ବୁଲାନ୍ସ ବୁକ୍‌ କରିପାରିବେ। ସେବା ପାଇଁ ଭଡ଼ା ଧାର୍ଯ୍ୟ କରିବେ ସରକାର। ଏନେଇ ପରିବହନ ବିଭାଗ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭକରିବାକୁ ଯାଉଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲୋକଙ୍କୁ ହାତ ପାଆନ୍ତାରେ ମିଳିବ ରାଜସ୍ବ ସେବା। ତହସିଲ ଅଫିସକୁ ନ ଆସି ନିଜ ଗାଁରେ ଲୋକ ପାଇପାରିବେ ସେବା। ପ୍ରତି ପଞ୍ଚାୟତରେ ତହସିଲ ସେବା ଉପଲ ଲବ୍ଧ ହେବ। ଏଥିପାଇଁ ‘ମୋ ପଞ୍ଚାୟତ ମୋ ତହସିଲ ବ୍ୟବସ୍ଥାର ଶୁ ଭାରମ୍ଭ କରିବାକୁ ଯାଉଛତି ସରକାର। ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେହିଭଳି ଅନଲାଇନ୍‌ରେ ଏଣିକି ଅମ୍ବୁଲାନ୍ସ ସେବା ଉପଲବ୍ଧ ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

ଜମି କିସମ କମିବ, ମାଲିକାନା ନିୟମରେ ହେବ ସଂଶୋଧନ

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗାଁରେ ଲୋକଙ୍କ ଉପସ୍ଥିତିରେ ଜମିଜମା ସମସ୍ୟାର ସମାଧାନ କରିବା ଉପରେ ଲୋକଙ୍କ ସରକାର ଜୋର୍ ଦେଉଛି। ସେହିଭଳି ବ୍ରିଟିଶ ଅମଳର ଜମି କିସମକୁ କମାଇ ସରକାର ୨୭ଟି କିସମରେ ସୀମିତ ରଖୁବାକୁ ନିଷ୍ପରି ନେଇଛନ୍ତି। ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ‘ମୋ ପଞ୍ଚାୟତ ମୋ ତହସିଲ କାର୍ଯ୍ୟକ୍ରମରେ ପ୍ରତି ମାସରେ ଦୁଇ ଦିନ ପଞ୍ଚାୟତକୁ ଯିବେ ରାଜସ୍ବ ଅଧିକାରୀ । ତହସିଲଦାର, ଅତିରିକ୍ତ ତହସିଲଦାର ପଞ୍ଚାୟତକୁ ଯିବେ। ଲୋକଙ୍କ ସମସ୍ୟାର ସମାଧାନ ସ‌ହ ସରକାରୀ

ରାଜସ୍ବ ସେବା ଯୋଗାଇବେ। ଏଣିକି ମୋବାଇଲରେ ମଧ୍ୟ ୧୮ଟି ରାଜସ୍ବ ସୁବିଧା ମିଳିବ । ଲୋକମାନେ ହଇରାଣ ହରକତ ହୋଇ ସମୟ କାଢ଼ି, ଖର୍ଚ୍ଚାନ୍ତ ହୋଇ ତହସିଲ ଅଫିସ ଧାଇଁବାକୁ ହେବନି। ତଇଳା, ପାଳ, ଘରବାରି, ବଗାୟତ ଭଳି ରାଜ୍ୟରେ ୭ହଜାର ଜମି କିସମ ପ୍ରଚଳନ ରହିଛି। ଜମିର ଏଭଳି କିସମକୁ ନେଇ ସାଧାରଣ ଲୋକ ଦ୍ବନ୍ଦ୍ବରେ ପଡୁଛନ୍ତି। ବ୍ରିଟିଶ ଅମଳରୁ ଚାଲି ଆସିଥିବା ଆଇନରେ ସଂସ୍କାର ଆଣିବେ ସରକାର। ୭ ହଜାର ଜମି କିସମକୁ କମାଇ ୨୭ଟି କିସମରେ ସୀମିତ ରଖାଯିବ। ସେହିଭଳି ଜମି ସ୍ବତ୍ୱ ବା ମାଲିକାନାରେ ମଧ୍ୟ ପରିବର୍ତ୍ତନ ହେବ। ରାଜସ୍ବ ଆଇନରେ ୩୦୦୦ ସ୍ୱତ୍ଵ ବା ମାଲିଜାନାକୁ ପରିବର୍ତ୍ତନ କରାଯାଇ ଏହାକୁ ଦୁଇ ଅଙ୍କରେ ସୀମିତ ରଖିବାକୁ ବିଭାଗ ନିଷ୍ପତି ନେଇଛି। ରାଜସ୍ତ ବିଭାଗ ସମସ୍ତ କ୍ଷେତ୍ରରେ ନୂଆ ସଂସ୍କାର ଆଣୁଛି । ଯେଉଁ ଆଇନର ଆବଶ୍ୟକ‌ତା ନାହିଁ ତାକୁ ଉଚ୍ଛେଦ ସହ ଆଇନରେ ସଂଶୋଧନ ଅଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ଓଡ଼ିଶା ଯାତ୍ରୀ ଆପ୍‌ରେ ଯେଡ଼ିହେବ ଆମ୍ବୁଲାନ୍ସ ସେବା। ସରକାରୀ ଓ ଘରୋଇ ଅମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରା ସହ ଯେଡ଼ି ହେବେ । ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟମାନେ ଅନ୍‌ଲାଇନରେ ଆମ୍ବୁଲାନ୍ସ ବୁକ୍‌ କରିପାରିବେ। ସେବା ପାଇଁ ଭଡ଼ା ଧାର୍ଯ୍ୟ କରିବେ ସରକାର। ଏନେଇ ପରିବହନ ବିଭାଗ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭକରିବାକୁ ଯାଉଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Govinda Tripathy (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button